Friday, November 6, 2026
ADVERTISEMENT
Home ଆଞ୍ଚଳିକ କରୋନାର ସଚେତନ ପାଇଁ ଗ୍ରାମବାସିଙ୍କ ଅଭିନଵ ପ୍ରୟାସ

କରୋନାର ସଚେତନ ପାଇଁ ଗ୍ରାମବାସିଙ୍କ ଅଭିନଵ ପ୍ରୟାସ

383
ADVERTISEMENT


କନ୍ଧମାଳ, ୨୦।୪(ସୁରେଶ କୁମାର ପଣ୍ଡା): କରୋନାର ଭୁତାଣୁ ଦିନକୁ ଦିନ ସଂକ୍ରମିତ ହେବାରେ ଲାଗିଛି ଏହାର ମୁକାବିଲା ପାଇଁ ଦ୍ଵିତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହୋଇଯାଇଛି ଏହି ଲକଡାଉନ କଡ଼ାକଡ଼ି କରିବା ପାଇଁ ଗ୍ରାମବାସୀ ମିଳିମିଶି ଏକ ହୋଇ ଲାଗି ପଡ଼ିଛନ୍ତି । ଏଭଳି ଦେଖିବାକୁ ମିଳିଛି ବାଲିଗୁଡ଼ା ବ୍ଲକ ପରମପାଙ୍ଗା ପଞ୍ଚାୟତ ଓ ଦଡ଼ଗଙ୍ଗିଆ ପଞ୍ଚାୟତ ୨ ଜାଗାରେ ସୀମା ସିଲକରିଥିବା ସହ ବଜାରକୁ ଆସିଥିବା ଲୋକଙ୍କୁ ସାବୁନରେ ହାତ ଧୋଇବା ସହ ସାମାଜିକ ଦୂରତା ରଖିବା ପାଇଁ ବୁଝେଇଥିଲେ । ଏହି ୨ ପଞ୍ଚାୟତ କଳାହାଣ୍ଡି ଜିଲ୍ଲାର ପଡ଼ୋଶୀ ହୋଇଥିବାରୁ ସିମା ସୀଲକାରାଯାଇଛି । ଏହାଦ୍ୱାରା ଜିଲ୍ଲାବାସି ଏପଟେ ପ୍ରବେଶ କରିପାରିବେ ନାହିଁ ପୋଲିସ ପ୍ରଶାସନଙ୍କୁ ଧନ୍ୟବାଦ ଜଣେଇଛନ୍ତି । ଗ୍ରାମବାସୀ ଯେହେତୁ ଗ୍ରାମରେ ସ୍ଵେଛାସେବି ଯୋଗାଇଛନ୍ତି ଯାହାଦ୍ୱାରା ଲୋକ ବହୁତ ସଚେତନ ହେଉଛନ୍ତି ।

Advertisement