Friday, November 6, 2026
ADVERTISEMENT
Home ଆଞ୍ଚଳିକ ଅସହାୟଙ୍କୁ ସହାୟତା ପ୍ରଦାନ

ଅସହାୟଙ୍କୁ ସହାୟତା ପ୍ରଦାନ

491
ADVERTISEMENT

ବ୍ରହ୍ମପୁର,୨୦/୪(ଇ.ରଞ୍ଜନ):ସାରା ବିଶ୍ୱ କରୋନା ନାମରେ ଆତଙ୍କିତ ରହିଥିବା ବେଳେ ଏହି ମହାମାରୀ ଦିନକୁ ଦିନ ଉଗ୍ରରୂପ ଧାରଣ କରି ମଣିଷ ଜୀବନକୁ ଅସ୍ତବ୍ୟସ୍ତ କରି ଜୀବନ ନେବାରେ ପଛାଉନାହିଁ l ଏହି ସମୟରେ ସର୍ବସାଧାରଣଙ୍କ ହିତ ଦୃଷ୍ଟିକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ଏବଂ ଜିଲ୍ଲା ପ୍ରଶାସନ ନେଇଥିବା ଲକଡାଉନ, ସର୍ଟଡାଉନ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷପ ଯୋଗୁଁ ଆଜି ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାକୁ କରୋନା ମହାମାରୀ କିଛି ମାତ୍ରାରେ ପ୍ରଭାବିତ କରିନାହିଁ l

କିନ୍ତୁ ଦୁଃଖ ଦରିଦ୍ରତା ସୀମାରେଖା ତଳେ ରହିଥିବା ଲୋକଙ୍କୁ ଏହି ମହାମାରି ସମୟରେ ଗୋଶାଣିନୂଆ ଗାଁ ଅଞ୍ଚଳର ଲଳିତ ମଙ୍ଗରାଜ (କାର୍ଗିଲ ଯୁଦ୍ଧ ସମୟରେ ଭାରତୀୟ ଆକାଶବାହିନୀରେ କାର୍ଯ୍ୟରତ ଯୋଦ୍ଧା )ବର୍ତମାନ ଅବସରନେବା ପରେ ନିଜକୁ ସମାଜସେବାରେ ନିୟୋଜିତ କରି ସହରର ବେଶ ସୁପରିଚିତ ବ୍ୟକ୍ତିଭାବେ ପ୍ରତିପାଦନ କରିଛନ୍ତି ସେ କରୋନା ଭଳି ରୋଗକୁ ନେଇ ନିଜେ ସଜାଗ ରହିଥିବା ବେଳେ ବ୍ରହ୍ମପୁର ଚତୁର୍ପାଶ୍ୱରେ ରହୁଥିବା ଗରିବ ଅସହାୟ ଲୋକଙ୍କୁ ସଚେତନତା ସହ ମାସ୍କ, ସାନିଟାଇଜର , ଶୁଖିଲା ଖାଦ୍ୟ ଏବଂ କିଛି ଅର୍ଥ ପ୍ରଦାନ କରିଥିଲେ l

Advertisement