Monday, November 9, 2026
ADVERTISEMENT
Home ଆଞ୍ଚଳିକ ଏପ୍ରିଲ ମାସ ନିମନ୍ତେ ଅଙ୍ଗନବାଡିର ଶୁଖିଲା ଖାଦ୍ୟ ବଣ୍ଟନ

ଏପ୍ରିଲ ମାସ ନିମନ୍ତେ ଅଙ୍ଗନବାଡିର ଶୁଖିଲା ଖାଦ୍ୟ ବଣ୍ଟନ

410
ADVERTISEMENT

କୋଦଳା ,୨୦/୪(ସୂର୍ଯ୍ୟନାରାୟଣ ବଡୁ):-କୋଦଳା ଜିଲ୍ଳା ପ୍ରଶାସନର ନିର୍ଦ୍ଦେଶ ତଥା ବେଗୁନିଆପଡା ଓ କୋଦଳା ଅଞ୍ଚଳ ର କରୋନା ଯୋଦ୍ଧା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ତହସିଲଦାର ପ୍ରଭାତ କୁମାର ପରିଡା, ଥାନା ଅଧିକାରୀ ଦେବାଶିଷ ମହାନ୍ତି,ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ,ବିଡିଓ ବେଦବର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ କୋଦଳାର କେତେକ ଅଙ୍ଗନବାଡି କର୍ମୀ ସେମାନଙ୍କ ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା 3 ବର୍ଷରୁ 6 ବର୍ଷ ପ୍ରାକ ବିଦ୍ୟାଳୟ ଶିଶୁମାନଙ୍କୁ ସେମାନଙ୍କ ଘର ମାନଙ୍କୁ ଯାଇ ଏପ୍ରିଲ ମାସ ନିମନ୍ତେ ଶୁଖିଲା ରନ୍ଧାଖାଦ୍ୟ ଯଥା ଚାଉଳ , ଡାଲି , ପନିପରିବା , ଅଣ୍ଡା ଓ ସକାଳ ଜଳଖିଆ ଚୁଡାମୁଆ ଓ ମୁଗ ପ୍ରଦାନ କରିଛନ୍ତି ତାହା ସହିତ ବାହାରେ ଛେପ ପକାଇବେ ନାହିଁ , ନିଶ୍ଚିତ ଭାବେ ମାସ୍କ ପିନ୍ଧିବେ ,ଭଲଭାବେ ହ୍ୟାଣ୍ଡୱାସ ରେ ହାତ ଧୋଇବେ, ସାମାଜିକ ଦୂରତ୍ୱ କୁ ମାନି ଚାଲିବେ ଏବଂ ଆବଶ୍ୟକ ନ ଥିଲେ ଘରୁ ପଦାକୁ ବାହାରିବେ ନାହିଁ ବୋଲି ସେମାନଙ୍କୁ ସଚେତନ କରିଥିଲେ ।

Advertisement