Friday, November 6, 2026
ADVERTISEMENT
Home ଆଞ୍ଚଳିକ ବଲାଙ୍ଗୀରରେ ଯୁଆଡ଼ି ଗିରଫ

ବଲାଙ୍ଗୀରରେ ଯୁଆଡ଼ି ଗିରଫ

592
ADVERTISEMENT

ବଲାଙ୍ଗୀର,୨୦/୪(ଦେବବ୍ରତ ଗୁରୁ):ଆଜି ସକାଳୁ ପ୍ରାୟ ସାଢ଼େ ୧୧ ଟା ସମୟରେ ବଲାଙ୍ଗୀର ଟାଉନ ପୋଲିସ SI ଶ୍ରୀ ଅଭିନାଶ ନାଏକ ପୋଲିସ ଷ୍ଟାଫ ଙ୍କ ସହିତ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଜାଖମନ ଫୋରେଷ୍ଟ ପାର୍କ ଠାରେ ଜୁଆ ଖେଳୁଥିବା ୫ଜଣ ଯୁଆଡ଼ି ଙ୍କୁ ଗିରଫ କରିଛନ୍ତି l

ସୂଚନାନୁସାରେ ମୋଟ ୧୨ ରୁ ୧୩ ଜଣ ବ୍ୟକ୍ତି ଏକାଠି ହୋଇ ନିୟମ ଉଲଂଘନ କରି ଜୁଆ ଖେଳୁଥିବା ସମୟରେ ପୋଲିସ ପହଞ୍ଚି ୫ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ କେତେଜଣ ପଳାଇବାରେ ସକ୍ଷମ ହୋଇଥିଲେ l ସେମାନଙ୍କ ପାଖରୁ ୩୩ooo ଟଙ୍କା ସହିତ ୫ଟି ମୋବାଇଲ ଫୋନ ଏବଂ ୧୩ଟି ବାଇକ ଜବତ କରାଯାଇଛି l

Advertisement