କୁକୁଡାଖଣ୍ଡି,୧୮।୪(ଇ.ରଞ୍ଜନ): କୋରନା ମହାମାରୀ ସାରା ବିଶ୍ୱକୁ କବଳିତ କରିସାରିଥିବାବେଳେ ଗଞ୍ଜାମ ଜିଲ୍ଲାରେ ଗୋଟିଏ ବି ସଂକ୍ରମିତ ଚିହ୍ନଟ ହୋଇନଥିବା ଦେଖିବାକୁ ମିଳୁଚି । ଏହି କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ସାବାସୀ ଜଣାଇ ବହୁ ଫୋଟ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଚି । ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟସରକାରଙ୍କୁ ସାହାଯ୍ୟର ହାତ ବଢ଼ାଇବାକୁ ଭୁଲି ନାହାନ୍ତି ଜିଲ୍ଲାବାସି । ଏହି ପରିପେକ୍ଷୀରେ ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳଞ୍ଜୀ ସମାଜ ମହୁରୀ ଅଞ୍ଚଳ ପରିଷଦ ପକ୍ଷରୁ ବ୍ରହ୍ମପୁର ଉପ-ଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବଙ୍କ ମାଧ୍ୟମରେ ୬୦,୦୦୦(ଷାଠିଏ ହଜାର ) ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଶୁକ୍ରବାର ପ୍ରଦାନ କରିଛନ୍ତି । ଏହି ସମୟରେ ସଭାପତି ତଥା କୁକୁଡାଖଣ୍ଡି ଜିଲ୍ଲା ପରିଷଦ ସଭ୍ୟ ବୃନ୍ଦାବନ ଖଟେଇ, ଉପସଭାପତି ରାଜ କିଶୋର ବରଡ଼, ସମ୍ପାଦକ ଗୁରୁନାଥ ବିଷୋୟୀ, ରାଜେନ୍ଦ୍ର ପ୍ରଧାନ, ଗିରିଧାର ସ୍ୱାଇଁ, କପିଳେଶ୍ଵର ତାରିଣୀ, ରୋହିତ ଭୂୟାଁ, ଭଗବାନ ସ୍ୱାଇଁ, ରଞ୍ଜନ ସ୍ୱାଇଁ ଏବଂ ରାଜେନ୍ଦ୍ର ତାରିଣୀ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।


















