କନ୍ଧମାଳ,୧୮।୪(ସୁରେଶ କୁମାର ପଣ୍ଡା): ବାଲିଗୁଡ଼ା ଏନଏସିରେ ସାହି ସାହି ବୁଲି ସଚେତନ କରାଉଛନ୍ତି ଏନଏସି ଅଧ୍ୟକ୍ଷ ସାରା ଦେଶରେ ଲକଡାଉନ୍ ହୋଇଥିବାରୁ ସହରାଞ୍ଚଳରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ଏହି କରୋନା ସଚେତନ ପାଇଁ ସାହି ସାହି ବୁଲି ଲୋକଙ୍କୁ ସଚେତନା କରାଇଛନ୍ତି । ବାଲିଗୁଡ଼ା ଏନଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ ଓ କାଉନ୍ସିଲର ଜୟନ୍ତୀ ଜେନା, ବରଦା ପ୍ରସାଦ ମିଶ୍ର, ନାରାୟଣ ଡାକୁଆ ବଡ଼ଗାଁ, ନୁଆସାହି, ଭଗାମୁଣ୍ଡା, ଖଜୁରୀନାଳ ଯାଇ କେତେ ଗୁଡିଏ ମାକ୍ସ ଦେବା ସହ ଏବଂ ଲୋକଙ୍କୁ କରୋନା ଭୁତାଣୁ ର ମୁକାବିଲା ପାଇଁ ୨୦ ସେକେଣ୍ଡ ହାତ ଧୋଇବା, ନାକ,ଓ ଆଖିରେ ହାତ ନ ମାରିବା ଆବଶ୍ୟକ ହେଲେ ଘରୁ ବାହାରିବା । ନହେଲେ ଘରେ ରହିବା ପାଇଁ ବୁଝାଇଥିଲେ ।



















