Friday, September 18, 2026
ADVERTISEMENT
Home ଆଞ୍ଚଳିକ ଭୋକଉପବାସ ରେ ଆନ୍ଧ୍ରପ୍ରଦେଶ ରେ ଫସିରହିଛନ୍ତି ଶତାଧିକ ଶ୍ରମିକ ଉଦ୍ଧାର କରିବା ପାଇଁ ...

ଭୋକଉପବାସ ରେ ଆନ୍ଧ୍ରପ୍ରଦେଶ ରେ ଫସିରହିଛନ୍ତି ଶତାଧିକ ଶ୍ରମିକ ଉଦ୍ଧାର କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

348
ADVERTISEMENT


ବ୍ରହ୍ମପୁର, ୧୬/୦୪ (ସୁଦାମ ମହାରଣା) : ବିଶ୍ବ ମହାମାରୀ କରୋନା ଭୂତାଣୁ କୁ ପ୍ରତିହତ କରିବାପାଇଁ ଲକ୍ ଡାଉନ ମେ ୩ ତାରିଖ ପର୍ଯ୍ୟନ୍ତ ବଢେଇ ଦିଆଯାଇଛି, ଏହାରି ଭିତରେ ଦାଦନ ଶ୍ରମିକଙ୍କ ଦୁଖଃ ଦ୍ବିଗୁଣିତ ହୋଇଯାଇଛି। ଓଡ଼ିଶାର ଲକ୍ଷାଧିକଶ୍ରମିକ ବିଭିନ୍ନ ରାଜ୍ୟକୁ କାମଧନ୍ଦା କରିବା କୁ ଯାଇ ଲକ୍ ଡାଉନ ବୃଦ୍ଧି ଯୋଗୁଁ ଫସିରହିଛନ୍ତି। ମୁମ୍ବାଇ ମହୁଲ ଗାଁ ରେ ଫସିରହିଥିବା ୪ହଜାର ଶ୍ରମିକ ଙ୍କୁ ଓଡ଼ିଶା ସରକାର ଙ୍କ ହସ୍ତକ୍ଷେପ ପରେ ମହାରାଷ୍ଟ୍ର ସରକାର ଓ କିଛି ଓଡ଼ିଆ ସଙ୍ଘଠନସହଯୋଗ ରେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିଲା।
ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ର୪୦ରୁ ଉର୍ଦ୍ଧ୍ବ ଓ ଭଦ୍ରକ ଜିଲ୍ଲାର୧୨ଜଣ ଶ୍ରମିକ ଆନ୍ଦ୍ରାପ୍ରଦେଶ ର ଅନଗୋଲ ପ୍ରକାଶମ୍ ଜିଲ୍ଲା ର ଚିମାକୁର୍ଥି ଏନ ଏସ ପି କଲୋନୀ ରେ ରହୁଛନ୍ତି।ସେମାନେ ଖାଇବା ପିଇବା ଅଭାବ ରେ ରହିଥିବା ଭିଡିଓ ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି । ସେମାନେ ମୁମ୍ବାଇ ଉତ୍କଳ ସମିତି ର ଉପସଭାପତି ସୂର୍ଯ୍ୟ ନାରାୟଣ ଗୌଡ ଙ୍କୁ ମଧ୍ଯ ନିବେଦନ କରିଛନ୍ତି। ଏଭଳି ସଙ୍କଟ ସମୟରେ,ସେମାନଙ୍କ ମଧ୍ୟରୁ ବୁଲୁ ପ୍ରଧାନ ନାମକ ଜନୈକ ବ୍ୟକ୍ତି ମୁମ୍ବାଇ ଉତ୍କଳ ସମିତିର ଉପସଭାପତି ସୂର୍ଯ୍ୟ ନାରାୟଣ ଗୌଡ ଙ୍କୁ ଯୋଗାଯୋଗ କରିଥିଲେ । ଶ୍ରୀ ଗୌଡ ଓଡ଼ିଶା ସରକାର ଙ୍କ ବରିଷ୍ଠ ଅଧିକାରୀ ଓ ଗଞ୍ଜାମ ଜିଲ୍ଲାପାଳ ସହ ଯୋଗାଯୋଗ କରିବା ସହ ସେମାନଙ୍କ ର ଅସୁବିଧା କୁ ଅବଗତ କରାଇଥିଲେ।ଦୁନିଆ ହାଲଚାଲ ର ସାମ୍ବାଦିକ ସୁଦାମ ମହାରଣା ବୁଲୁ ପ୍ରଧାନ ଙ୍କୁ ମଧ୍ୟଯୋଗାଯୋଗ କରିଥିଲେ ,ସେମାନେ ଅସୁବିଧା ରେ ଥିବା କହିଥିଲେ। ବର୍ତ୍ତମାନ ଜଗନ୍ନାଥ ମହାପ୍ରଭୁ ଙ୍କୁ ପ୍ରାର୍ଥନା କରି ଏଭଳି ଅସମୟରୁ ମୁକ୍ତ କରିବା ପାଇଁ ଗୁହାରି ଜଣାଇଛନ୍ତି ।

Advertisement