JCI ର ରାସନବଣ୍ଟନ କାର୍ଯ୍ୟକ୍ରମ

312
ADVERTISEMENT

ବଲାଙ୍ଗୀର,୧୭/୪,(ଦେବବ୍ରତ ଗୁରୁ): JCI ବଲାଙ୍ଗୀର ସିଟି ତରଫରୁ ବଲାଙ୍ଗୀରର ୮୦ ଜଣ ଖବର କାଗଜ ବିକ୍ରେତାଙ୍କୁ ଚାଉଳ, ଡାଲି, ଅଟା, ତେଲ, ଲୁଣ, ଚିନି ଏବଂ ଆଳୁ ଇତ୍ୟାଦି ବଣ୍ଟନ କରାଯାଇଥିଲା l ଅଧ୍ୟକ୍ଷ ଶ୍ରୀମତୀ ପିଙ୍କି ମୋଦୀଙ୍କ ନେତୃତ୍ବରେ ପିୟୁଷ ଅଗ୍ରୱାଲ, ଆର୍ତତ୍ରାଣ ପାଢ଼ୀ, ଅଭିନିସ ଅଗ୍ରୱାଲ, ଶିବଶଙ୍କର ମେହେର, ଶଙ୍କର ମେହେର, ଅନିଲ ମୋଦୀ ଏବଂ ସଂଯୋଜକ ଅଭିଳାଷ ଅଗ୍ରୱାଲଙ୍କ ବିଶେଷ ସହଯୋଗ ରହିଥିଲା l ଆଗାମୀ କାଲିଠାରୁ ବଜାରରେ ବୁଲୁଥିବା କୁକୁର ଏବଂ ବୁଲା ଗୋରୁ ଗାଈଙ୍କୁ ଖାଦ୍ୟ ଏବଂ ପାଣିର ବ୍ୟବସ୍ଥା କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀମତୀ ମୋଦୀ ସୂଚନା ଦେଇଛନ୍ତି l

Advertisement