କନ୍ଧମାଳ,୧୭/୪(ପୂର୍ଣ ଚନ୍ଦ୍ର ପାଢ଼ୀ)-ଗତ କାଲି ସନ୍ଧ୍ୟା ସମୟରେ ତୁମୁଡ଼ିବନ୍ଧ ବ୍ଲକ ସିତାପଡି ଗ୍ରାମ ନିକଟରେ ଥିବା ବୁଡୁଲିପଦର ଘାଟିରେ ତାମିଲନାଡୁରୁ ପାମୋଲିନ ତେଲ ବୋଝେଇ ଗାଡ଼ି ଆସୁଥିବା ବେଳେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଡ୍ରାଇଭର ଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଗୋଡ଼ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିଯାଇଛି। ଦୁର୍ଘଟଣା ସ୍ଥଳରେ ଠିକ୍ ସମୟରେ ତୁମୁଡ଼ିବନ୍ଧ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଘଟଣା ସ୍ଥଳରେ ତୁମୁଡ଼ିବନ୍ଧ ବିଡ଼ିଓ ଶ୍ରୀ ଅଗସ୍ତିନ ପ୍ରଧାନ, ତହସିଲଦାର ଶ୍ରୀ ଚନ୍ଦ୍ରକାନ୍ତ ନାୟକ, ତୁମୁଡ଼ିବନ୍ଧ ପୋଲିସ ଅଧିକାରୀ ବାବାଶଙ୍କର ସରାଫ ଓ ପୋଲିସ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ପୁଣି କୁର୍ତ୍ତମ ଗଡ଼ ସମାଜସେବୀ ଶ୍ରୀ ଲିଙ୍ଗରାଜ ପ୍ରଧାନ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ସାହାଯ୍ୟ କରିଥିଲେ। ଏବଂ ତାଙ୍କୁ ମୁମୂର୍ଶୁ ଅବସ୍ଥାରେ ତୁମୁଡ଼ିବନ୍ଧ ମେଡିକାଲ୍ରେ ନିଆଯାଇଥିଲା। ସେଠାରୁ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ ନିଆଯାଇ ସେଠାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲର ସ୍ଥାନାନ୍ତରିତ କରାଯାଇଥିଲା


















