ନୂଆଦିଲ୍ଲୀ : ଏଥର କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ କେତେକ ସାମଗ୍ରୀ ଉପରେ ଟିକସ କମାଇଥିବାବେଳେ କେତେକ ସାମଗ୍ରୀ ଉପରେ ଟିକସ ବଢାଇଛନ୍ତି । ଦେଶର ଉତ୍ପାଦନ ଶିଳ୍ପକୁ ବଢାଇବାକୁ ସରକାର ଅନେକ ଆମଦାନୀ ସାମଗ୍ରୀ ଉପରେ ସୀମା ଶୁଳକ ବଢାଇଛନ୍ତି । ଫଳରେ ସେ ସବୁ ସାମଗ୍ରୀ ମହଙ୍ଗା ହେବ । ପେଟ୍ରୋଲ ଓ ଡିଜେଲ ଉପରେ ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳକ ୧ ଟଙ୍କା ଏବଂ ସଡ଼କ ଓ ଭିତ୍ତିଭୂମି ସେସ ୧ ଟଙ୍କା ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହା ଫଳରେ ଦେଶରେ ତେଲ ଦର ବଢିବ ।
ବଢିଲା : ପେଟ୍ରୋଲ- ଡିଜେଲ, ସୁନାରୁପା, ଏସି, ଲାଉଡସ୍ପିକର,କାଜୁ, ପ୍ଲାଷ୍ଟିକ,ଅପ୍ଟିକାଲ ଫାଇବର କେବୁଲ,ସିସିଟିଭି କ୍ୟାମେରା, ମାର୍ବଲ, ଟାଇଲ, ଇମ୍ପୋଟେଡ ବହି ଓ କାଗଜ, ଷ୍ଟେନଲେସ ଷ୍ଟିଲ।
କମିଲା : ଇଲେକ୍ଟ୍ରିକ କାର, କ୍ରୁତ୍ରିମ କିଡନୀ, ଡାୟାଲିସିସ ମେସିନ, ଲିଥିୟମ ଆୟନ ବ୍ୟାଟେରୀ, ସେଟ ଟପ ବକ୍ସ, ମୋବାଇଲ ଫୋନ, ଉଲ ଫାଇବର, ନାପଥା, ଇଲେକ୍ଟ୍ରିକାଲ ଷ୍ଟିଲ।