Monday, November 9, 2026
ADVERTISEMENT
Home ଆଞ୍ଚଳିକ ଅଣ୍ଡା ବଣ୍ଟନକୁ ବିରୋଧ କରି ସ୍ମାରକ ପତ୍ର ପ୍ରଦାନ

ଅଣ୍ଡା ବଣ୍ଟନକୁ ବିରୋଧ କରି ସ୍ମାରକ ପତ୍ର ପ୍ରଦାନ

356
ADVERTISEMENT


କୁକୁଡାଖଣ୍ଡି, ୧୪/୦୪  (ରଞ୍ଜନ) ; କରୋନା ସମୟରେ ଅଗଂନଓ୍ବାଡି କେନ୍ଦ୍ର କୁ ଏସଏଜି ଗ୍ରୃପ ମାନକଂ ଦ୍ବାରା ପ୍ରଦାନ ସରକାରୀ ନିଷ୍ପତ୍ତିକୁ ବିରୋଧ କରି ନିଖିଳ ଓଡିଶା ଅଗଂନଓ୍ବାଡି କମୀ ସଂଘ କୁକୁଡାଖଣ୍ଡି ପକ୍ଷରୁ ସିଡିପିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଲକ ଡାଉନ ସମୟରେ ଅଣ୍ଡା ଯୋଗାଇଦେବା ନିଷ୍ପତ୍ତିକୁ ବିରୋଧ କରାଯାଉଛି ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି।

ସମ୍ପ୍ରତି କୋଭିଡ୧୯ ପାଇଁ ନିର୍ଦ୍ଧିଷ୍ଟ ଦପ୍ତରୀୟ ଅଧିକାରୀ ସଲାସୁତୁରା କରି ସମସ୍ତ ଅଙ୍ଗନବାଡି କେନ୍ଦ୍ରର ପ୍ରସୂତି ମହିଳା ଏବଂ ପ୍ରାକ ଶିକ୍ଷା ଗ୍ରହଣ କରୁଥିବା ପିଲାମାନଙ୍କୁ ଏସଏଜି ଗ୍ରୃପ ଦ୍ବାରା ଅଣ୍ଡା ଯୋଗାଇଦେବେ ବୋଲି ସରକାରୀ ନିର୍ଦେଶ ପ୍ରକାଶ ପାଇଛି। ସେହିପରି ଗତ ଅପ୍ରେଲ ୭ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ପତ୍ରଙ୍କ ୧୧୯୨ରେ ହୋଇଥିବା ନିର୍ଦ୍ଦେଶକୁ ନେଇ ଏବେ ନାନା ସମାଲୋଚନା କୁନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛନ୍ତି ।

ଗତ ୨୦୧୯ ଡିସେମ୍ବର ଠାରୁ ବର୍ତ୍ତମାନ ଯାଏଁ ବିଭିନ୍ନ ସମୟରେ ଅଣ୍ଡା ଦର ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ ସେହି ସମୟରେ ସରକାରଙ୍କ ତରଫରୁ କୌଣସି ତପ୍ତରତା ଦେଖାଇନଥିଲେ କି ବୃଦ୍ଧିଦର ପ୍ରଦାନ କରୁନଥିଲେ l ତେବେ ସମ୍ପ୍ରତି ଘଡିସନ୍ଧି ମୁହୂର୍ତ୍ତରେ ଚଞ୍ଚକତା କରିଲେ l ଏହାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷେ ଅଗ୍ରିମ ଅପ୍ରେଲ ମାସ ର ଅଣ୍ଡା କର୍ମୀ ମାନେ ହିତାଧିକାରୀକୁଂ ଦେଇଛନ୍ତି କିନ୍ତୁ କୌଣସି ଅସୁବିଧା ନଥିବା ସ୍ଥଳେ ଏହି ସରକାରୀ ନିଷ୍ପତ୍ତିକୁ ପ୍ରତ୍ୟାହାର ପାଇଁ ଅନୁରୋଧ କରିଛନ୍ତି।ଆଗରୁ ଯେପରି ପ୍ରଦାନ କରୁଥିଲେ କର୍ମୀ ମାନେ ସେମିତି ପ୍ରଦାନ କରିପାରିବେ କୌଣସି ଅସୁବିଧା ନଥିବା ସଂଘ କହିଛି।ଦିଗପହଣ୍ଡି ର ଏକ ସ୍ବୟଂ ସହାୟକ ଗୋଷ୍ଟୀ କୁକୁଡାଖଣ୍ଡି ବ୍ଲକ ସହ ୫ଟିବ୍ଲକ କୁ ଅଣ୍ଡା ଯୋଗାଣ ପାଇଁ ନିର୍ଦେଶ ରହିଛି।ଦାବିପତ୍ର ପ୍ରଦାନ ସମୟରେ ସଭାନେତ୍ରୀ ମାଣିକେଶ୍ବରୀ ପଟ୍ଟନାୟକ,ସୁଦଷ୍ନା ପଟ୍ଟନାୟକ,ପ୍ରମିଳା ଜେନା,ଡି.ସୁଶୀଳା ,ରୁକୁଣା ଦେବୀ,ଭାନୁମତି ୟାଦବ ପ୍ରମୁଖ ଉପସ୍ଥିତ ଥିଲେ।

Advertisement