Friday, November 6, 2026
ADVERTISEMENT
Home ଆଞ୍ଚଳିକ ଜରୁରୀ କାଳୀନ ରୋଗୀଙ୍କ ସେବା ପାଇଁ ପୋଲିସ ପ୍ରଶାସନ ଦ୍ୱାରା ଶୁଭାରମ୍ଭ ହେଲା ଅଟୋ ସୁବିଧା

ଜରୁରୀ କାଳୀନ ରୋଗୀଙ୍କ ସେବା ପାଇଁ ପୋଲିସ ପ୍ରଶାସନ ଦ୍ୱାରା ଶୁଭାରମ୍ଭ ହେଲା ଅଟୋ ସୁବିଧା

509
ADVERTISEMENT

କନ୍ଧମାଳ,୧୪।୪(ସୁରେଶ ପଣ୍ଡା): କରୋନା ଭୁତାଣୁକୁ ମୁକାବିଲା ପାଇଁ ଦେଶରେ ଲକଡାଉନ ହୋଇଥିବା ଯୋଗୁଁ ଗାଡ଼ି ବନ୍ଦ ଚଳାଚଳ ବନ୍ଦ ରହୁଛି । ଯାହାଦ୍ୱାରା ମେଡ଼ିକାଲକୁ ରୋଗୀ ଆସିବା ପାଇଁ ବହୁତ ହନ୍ତସନ୍ତ ହେଉଥିଲେ । ଏହାର ସୁବିଧା ପାଇଁ ପୋଲିସ ପ୍ରଶାସନ ତରଫରୁ ଆଜି ଶୁଭାରମ୍ଭ ହେଲା ଅଟୋ ସେବା । ଏହି ସେବାକୁ ଆଜି ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ, ବାଲିଗୁଡ଼ା ଏନଏସି ଅଧକ୍ଷ ଲୋକନାଥ ପାଢ଼ୀ, ବାଲିଗୁଡ଼ା ଥାନା ଭାର ପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଯୋଗଦେଇ ଶୁଭାରମ୍ଭ କରିବାସହ ମାସ୍କ ବଣ୍ଟନ କରାଯାଇଥିଲା । ଏହି ସେବା ପାଇଁ ୨ଟି ନମ୍ବର ମଧ୍ୟ ଜାରି ହୋଇଛି ଏହି ୬୩୭୨୪୨୬୭୬୨, ୮୨୪୯୨୩୯୮୮୪ ନମ୍ବରରେ ଫୋନ କଲେ ଅଟୋ ଯାଇ ରୋଗୀଙ୍କୁ ଆଣିବ ଅଟୋରେ ଡ୍ରାଇଭରକୁ ମିଶାଇ ୨ ଜଣ ବସିବେ ଭଡ଼ା ପାଇଁ ଯାହା ଦର ନିର୍ଦ୍ଧାରିତ ହୋଇଛି ସେହି ଦର ଦେଇ ଆସିବେ । ଏହି ସୁବିଧା ଦାରିଙ୍ଗବାଡ଼ି, କୋଟଗଡ଼, ତୁମୁଡ଼ିବନ୍ଧ, କନୂଆଗାଁ, ବାଲିଗୁଡ଼ା ବ୍ଲକରେ ପହଞ୍ଚି ରୋଗୀଙ୍କ ସେବାରେ ଉପଲବ୍ଧ ହେବ ବୋଲି କହିଛନ୍ତି ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ।

Advertisement