କରୋନା ପାଇଁ ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ପ୍ରୋତ୍ସାହନ ରାଶି ସହାୟତା

1077
ADVERTISEMENT

କନ୍ଧମାଳ,୧୩/୦୪ (ସୁରେଶ କୁମାର ପଣ୍ଡା): ସାରାଦେଶରେ କରୋନାର ସଂକ୍ରମଣ ଦିନକୁଦିନ ବଢ଼ିଚାଲିଛି ଯାହାଦ୍ୱାରା ରାଜ୍ୟରେ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିଛି ବେସରକାରୀ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ପାଇଁ କିଛି ସୁବିଧା ନଥିବା ବେଳେ ସହାୟତାର ହାତ ବଢ଼ାଇଛନ୍ତି ସ୍କୁଲର ପ୍ରତିଷ୍ଠାତା ଏମିତି ଦେଖିବାକୁ ମିଳିଛି I

ଶିକ୍ଷାନିକେତନ ସ୍କୁଲ ବାଲିଗୁଡ଼ାଠାରେ ଏହି ସ୍କୁଲର ପ୍ରତିଷ୍ଠାତା ଶ୍ରୀ ରାଜ କିଶୋର ପାଢ଼ୀ ତାଙ୍କ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ, ଅନ୍ୟ କର୍ମଚାରୀଙ୍କୁ ୧୫00ଟଙ୍କା ଲେଖାଁଏ ମୋଟ ୧୭ଜଣଙ୍କୁ ପ୍ରଦାନ କରିଥିଲେ ଏହି ପ୍ରୋତ୍ସାହନ ରାଶି ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରଦାନ କରିଥିଲେ I

Advertisement