ADVERTISEMENT
Home ଆଞ୍ଚଳିକ ଚଳିତ ବର୍ଷ ଫିକା ପଡିଲା ଦଣ୍ଡନାଚ ସହ ମେରୁଯାତ୍ରା ବାସ୍ତବ ଅପେରା ଦେଖାଇଦେଲା ଚୀନଦେଶର ...

ଚଳିତ ବର୍ଷ ଫିକା ପଡିଲା ଦଣ୍ଡନାଚ ସହ ମେରୁଯାତ୍ରା ବାସ୍ତବ ଅପେରା ଦେଖାଇଦେଲା ଚୀନଦେଶର ମହାମାରି କରୋନା

821
ADVERTISEMENT

ବ୍ରହ୍ମପୁର,୧୩/୦୪ (ଇ.ରଞ୍ଜନ) : ଗଞ୍ଜାମ ଜିଲ୍ଲା ଆଧ୍ୟାତ୍ମିକ କ୍ଷେତ୍ରରେ ଆଗୁଆ ରହିଥିବା ବେଳେ ପ୍ରତିବର୍ଷ ପ୍ରତିମାସରେ ପଡୁଥିବା ବିଭିନ୍ନ ପୂଜା ପାଳନ କରିଥାନ୍ତି l ଏହି ଜିଲ୍ଲାର ସହରାଞ୍ଚଳ ସହ ଗ୍ରାମାଞ୍ଚଳ ଲୋକେ ସମସ୍ତ ପର୍ବପର୍ବାଣିକୁ ଏକ ଯାତ୍ରାଭାବେ ବେଶ ଉତ୍ସାହର ଭାବେ ପାଳନ କରନ୍ତି l

ଏହି ଜିଲ୍ଲାରେ ସବୁ ବାର୍ଷିକର ଚୈତ୍ରମାସର ଦଣ୍ଡନାଚ ମାଁ କାଳୀ ମନ୍ଦିରରୁ ବାହାରି ବିଭିନ୍ନ ମାନସିକ ଧାରିଙ୍କ ଘର ସାମ୍ନାରେ ପୂଜାପାଇବା ସହ ମାଁଙ୍କ ତାଣ୍ଡବ ଦେଖାଇଥାନ୍ତି ତେଣୁ ପ୍ରାୟ ଏକ ମାସଧରି ମେରୁ ବା ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ପିଲା ଠାରୁ ବୟସ୍କ ଲୋକଙ୍କୁ ଦଣ୍ଡ ନାଚ ସହ ତାହା ସହିତ ଜଡିତ ରାତ୍ରସମୟର ଅପେରା ନାଚ ପିଲା ଠାରୁ ବଡ଼ଲୋକ ପର୍ଯ୍ୟନ୍ତ ଏହି ଯାତ୍ରା ବଡ଼ ଆନନ୍ଦରେ ଉପଭୋଗ କରନ୍ତି l

କିନ୍ତୁ ଏହି ବର୍ଷ ସବୁ ଯାତ୍ରା ବିଗିଡି ଦେଲା ଚୀନର କରୋନା ଭାଇରସ ତାହା ଅସଲ ଯାତ୍ରା ଦେଖାଇ ଜନଜୀବନ ନେବା ସହ ବାହାର ବୁଲୁଥିବା ଲୋକଙ୍କୁ ଏକ ଘରଭିତରେ ସୀମିତ ରଖିବାରେ ସକ୍ଷମ ଅର୍ଜନକରିଛି ବୋଲି ବର୍ତମାନ ପରିସ୍ଥିତିରେ ଭାଇରସକୁ ନେଇ ଲୋକଙ୍କ ବଡ଼ଚର୍ଚ୍ଚା l

IC: youtube

ଏହି ବର୍ଷ ଏହି ମହାମାରି କରୋନାର ପ୍ରଭାବ ଯୋଗୁଁ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିକୁ ନେଇ ସମସ୍ତ ଦେଶ ସହ ବିଭିନ୍ନ ରାଜ୍ୟର ବହୁ ସ୍ଥାନରେ ଲକଡାଉନ ବୃଦ୍ଧି ସହ ବିଭିନ୍ନ ସ୍ଥାନରେ ଜିଲ୍ଲାପ୍ରଶାସନ ବନ୍ଦକରିଥିବା ବେଳେ ଗଞ୍ଜାମରେ ମଧ୍ୟ ଜିଲ୍ଲାପ୍ରଶାସନ ତରଫରୁ ପୂର୍ବରୁ ତାରାତାରିଣୀ ଯାତ୍ରା ବନ୍ଦ କରିଥିବା ବେଳେ ସୋମବାର ହେବାକୁ ଥିବା ମେରୁଯାତ୍ରା ବା ପଣା ସଂକ୍ରାନ୍ତି ବନ୍ଦପାଳନ ପାଳନ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ନିର୍ଦେଶଦେଇଛନ୍ତି l ଏହାକୁ ଅମାନ୍ୟ କଲେ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ନେଇ ସୂଚନା ଦେଇଛନ୍ତି l

Advertisement