Friday, November 6, 2026
ADVERTISEMENT
Home ଆଞ୍ଚଳିକ ବେସାହାରା ବୃଦ୍ଧର ଶବକୁ ଦୁଇ ଦିନ ପରେ ଶବ ସଂସ୍କାର କଲେ ଅଞ୍ଚଳର ସ୍ବେଚ୍ଛାସେବୀ

ବେସାହାରା ବୃଦ୍ଧର ଶବକୁ ଦୁଇ ଦିନ ପରେ ଶବ ସଂସ୍କାର କଲେ ଅଞ୍ଚଳର ସ୍ବେଚ୍ଛାସେବୀ

374
ADVERTISEMENT

କଳାହାଣ୍ଡି,୧୨/୦୪ (କୁଲମଣି ସାହୁ) : ଲକଡାଉନ ସମୟରେ ଭବାନୀପାଟଣା ରାମନଗର ପଡ଼ା ଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଜଣେ ବୃଦ୍ଧର ଶବ ଦୁଇ ଦିନ ହେଲା ଘରେ ପଡି ରହିଥିଲା । ବିଶ୍ବରେ କରୋନା ମହାମାରୀ ଆତଙ୍ଗ ଖେଳି ଯାଇଥିବା ଯୋଗୁଁ ଲୋକେ ଘରୁ ବାହାରୁ ନାହାନ୍ତି । ଫଳରେ ଶବ ଘରେ ପଡି ରହିଥିଲା । ବୃଦ୍ଧର ନାମ ହେଉଛି ରମେଶ ନରିଆ, ବୟସ ୭୫ ବର୍ଷ । ବହୁତ ବର୍ଷ ହେବ ସିଏ ରାମନଗର ପଡ଼ାରେ ରହୁଥିଲେ । ପରିବାର ଲୋକେ କହିଲେ କିଛି ଦୂର ସମ୍ପର୍କୀୟ । ଶବ ପଡିଥିବା ଖବର ପାଇ ସ୍ଥାନୀୟ ୟୁଥ କମିଟିର ଚିନ୍ମୟ ମିଶ୍ର ,ସୁମିତ ନାଗ , ଜଗନ୍ନାଥ ନାଏକ , ରବି ଶଙ୍କର ଆଚାରି , ଓଁ ମେହେର , ଶିବ ଆଚାରି , ପୂର୍ଣ୍ଣ ଅହୀର ସମସ୍ତେ ମିଶି ଶବ ବାହାରକୁ ଆଣି ଅନ୍ତିମ ସଂସ୍କାର କରିବାକୁ ମୁକ୍ତିଧାମ ସ୍ମଶାନକୁ ନିଆଗଲା । ଏହି ସ୍ବେଚ୍ଛାସେବୀ ମାନଙ୍କର କାର୍ଯ୍ୟକୁ ଜିଲ୍ଲାରେ ପ୍ରଶଂସା କରାଯାଉଛି ।

Advertisement