Friday, September 25, 2026
ADVERTISEMENT
Home ଆଞ୍ଚଳିକ ଶିକ୍ଷାନିକେତନ ସ୍କୁଲ ଦ୍ୱାରା ଗାଁ ଗାଁରେ କରୋନା ସଚେତନ କରିବା ସହ ଶୁଖିଲା ଖାଦ୍ୟ ବଣ୍ଟନ

ଶିକ୍ଷାନିକେତନ ସ୍କୁଲ ଦ୍ୱାରା ଗାଁ ଗାଁରେ କରୋନା ସଚେତନ କରିବା ସହ ଶୁଖିଲା ଖାଦ୍ୟ ବଣ୍ଟନ

1253
ADVERTISEMENT

ବାଲିଗୁଡା, (କନ୍ଧମାଳ) ୧୨/୦୪(ଟିକି ଦଣ୍ଡିଆ) : କରୋନାର ମହାମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ହୋଇଥିବାରୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି I ଏହି କରୋନାର ସଚେତନ ପାଇଁ ଗାଁ ଗାଁରେ ବୁଲି ଲୋକଙ୍କୁ ସଚେତନ କରାଇଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଶିକ୍ଷାନିକେତନ ସ୍କୁଲର ପ୍ରତିଷ୍ଠାତା ରାଜକିଶୋର ପାଢ଼ୀ ଓ ସ୍କୁଲ ଶିକ୍ଷକଙ୍କଦ୍ୱାରା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ପଦ୍ମାପଦର, ସଲାଗୁଡ଼ା, ସିଙ୍ଗୁସୋଲା ଗ୍ରାମରେ ପହଞ୍ଚି ଲୋକଙ୍କୁ କରୋନା ଭୁତାଣୁର ମହାମୁକାବିଲା ପାଇଁ ୨୦ ସେକେଣ୍ଡ ହାତ ଧୋଇବା, ନାକ, ଆଖିରେ ହାତ ନମାରିବା ଆବଶ୍ୟକ ହେଲେ ଘରୁ ବାହାରିବା ନହେଲେ ଘରେ ରହିବା ବୁଝେଇବା ସହ ମାସ୍କ ବଣ୍ଟନ କରିଥିଲେ I ରାଜ୍ୟ ସରକାର ଘୋଷଣା କରିଛନ୍ତି ଗରିବ ଲୋକଙ୍କୁ ପ୍ରତି କାର୍ଯ୍ୟାଳୟରେ ରନ୍ଧା ଖାଦ୍ୟ ବଣ୍ଟନ କରିବା ପାଇଁ କିନ୍ତୁ ଏହା ନ ଦିଆଯାଇଥିବାରୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ I

Advertisement