Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ଲକ୍ ଡାଉନ ଅପଡେଟ : ସବୁଠାରୁ ଅଧିକକ୍ଷତି ସହୁଛନ୍ତି ପରିବାଚାଷୀ

ଗଞ୍ଜାମ ଜିଲ୍ଲା ଲକ୍ ଡାଉନ ଅପଡେଟ : ସବୁଠାରୁ ଅଧିକକ୍ଷତି ସହୁଛନ୍ତି ପରିବାଚାଷୀ

413
ADVERTISEMENT

କୋଦଳା, ୧୨/୪(ସୂର୍ଯ୍ୟ ନାରାୟଣ ବଡୁ):କରୋନା ଭାଇରସ ପାଇଁ ଲକ ଡାଉନ ରାଜ୍ୟ ସରକାର ଘୋଷଣା ପରେ ବ୍ୟବସାୟୀ ବହୁ ଅସୁବିଧା ରସାମ୍ନା ହେଉଛନ୍ତି ।ନିୟମ ଅନୁଯାଇ ଦିବା ୧୨ ଘଣ୍ଟ ପର୍ଯନ୍ତ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଦୋକାନ ଖୋଲା ରହୁଥିଲେ ସୁଦ୍ଧା ଲୋକଙ୍କ ଆଗ୍ରହ ନାହିଁ । ଲୋକେ ଭୟ ରେ ଘରୁ ବାହାରୁ ନାହାନ୍ତି । ୧୨ ଘଣ୍ଟ ପରେ ବଜାର ଶୁନଶାନ । ଫଳରେ ଗଞ୍ଜାମ ଜିଲ୍ଲାରେ ସକାଳୁ ଦିନ ୧୨ ଘଂଟିକା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ରାସନ ଦୋକାନ, ଫଳ ଦୋକାନ, ପରିବା ଦୋକାନ, କ୍ଷୀର ଦୋକାନ ଖୋଲା ରହୁଥିବା ଦେଖି ବାକୁ ମିଳୁଛି,ଏହା ଭିତରେ ପନି ପରିବାର ଦରଦାମ ବୃଦ୍ଧି ପାଇଛି ସତ ଚାଷୀମାନେ ଆଦାୟ କରୁଥିବା ବାଇଗଣ , ଭେଣ୍ଡି , ପୋଟଳ , କଖାରୁ , ଜହ୍ନି , ଅଲଡି କମରେ ମିଳୁଛି । କଞ୍ଚଣା, ପୂସ୍ତପୂର , ବେରୁଆବାଡି, ଗେନ୍ଜରାପଲି , ସୁମଣ୍ଡଳ ଓ ଭାଲିଆଝର , ଖଲାଡି ର ଚାଷୀ ମାନେ ବହୁତ କ୍ଷତି ସହୁଛନ୍ତି ।

ଲକ ଡାଉନ କୁ ଆଖି ଆଗରେ ରଖି ପନିପରିବା ବିକ୍ରି କରିବା ପାଇଁ ଆସି ପାରୁନାହାନ୍ତି ।ସାଇକଲ କିମ୍ବା ଗାଡିରେ ଆସିଲେ ପୋଲିସ ର ଭୟ । ପାସ ନାହିଁ । ଏ ଦିଗରେ ପ୍ରଶାସନ ବିଚାର କରି ଗ୍ରାମାଞ୍ଚଳରୁ ଆସୁଥିବା ଚାଷୀ ଓ ପରିବା ବିକାଳୀ କୁ ଚି଼ହ୍ନଟ କରି ସେମାନଙ୍କ ପାଇଁ ପାସ ର ସୁବିଧା କଲେ ଚାଷୀ ମାନେ ଉପକୃତ ହୋଇପାରନ୍ତେ ବୋଲି ଚାଷୀନେତା ମାନେ ପ୍ରକାଶ କରିଛନ୍ତି ।

Advertisement