Wednesday, August 19, 2026
ADVERTISEMENT
Home ମୁଖ୍ୟ ଖବର ମହିଳାମାନେ ଟାଣିବେ ସୁଭଦ୍ରାଙ୍କ ରଥ

ମହିଳାମାନେ ଟାଣିବେ ସୁଭଦ୍ରାଙ୍କ ରଥ

366
ADVERTISEMENT

ବାରିପଦା,୫/୭(ଡି.ଏଚ.ବି): ବାରିପଦା ରଥଯାତ୍ରାର ରହିଛି ଅନନ୍ୟ ପରମ୍ପରା। ସବୁଠି ଗତକାଲି ରଥ ଟଣାଯାଇଥିବା ବେଳେ ବାରିପଦାରେ ଆଜି ଟଣାଯିବା ରଥ । ନୀତି ଓ ପରମ୍ପରା ଅନୁଯାୟୀ, ଗତକାଲି ଏଠାରେ ରଥ ପ୍ରତିଷ୍ଠା କରାଯାଇଥିଲା। ମା’ ଅମ୍ବିକାଙ୍କ ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ରଥ ପ୍ରତିଷ୍ଠା କରାଯାଇଥିଲା। ଏହାପରେ ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ବିଜେ କରି ରଥାରୂଢ ହୋଇଥିଲେ। ଧାଡ଼ି ପହଣ୍ଡିରେ ଆସି ପ୍ରଥମେ ଶ୍ରୀ ବଳଭଦ୍ର, ତା’ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା। ଆଜି ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ରଥ ଟଣାଯିବ। ଶ୍ରୀ ବଳଭଦ୍ରଙ୍କ ପରେ ଭଉଣୀ ସୁଭଦ୍ରାଙ୍କ ରଥକୁ ମହିଳା ଭକ୍ତ ଟାଣିନେଇ ଅଧା ବାଟରେ ଅଟକାଇବେ। ଏହାପରେ ଆସନ୍ତାକାଲି ସୁଭଦ୍ରାଙ୍କ ରଥ ସହ ପ୍ରଭୁ ଜଗନ୍ନାଥଙ୍କ ରଥ ଟାଣିବାର ପରମ୍ପରା ରହିଛି। ବାରିପଦାର ସ୍ୱତନ୍ତ୍ର ପରମ୍ପରା ଅନୁଯାୟୀ କେବଳ ମହିଳା ଭକ୍ତମାନେ ଦେବୀ ସୁଭଦ୍ରାଙ୍କ ରଥକୁ ଟାଣିବେ।

Advertisement