Friday, September 25, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଏମ.କେ.ସିଜି ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁ ପରିବାର ହନ୍ତସନ୍ତ

ବ୍ରହ୍ମପୁର ଏମ.କେ.ସିଜି ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁ ପରିବାର ହନ୍ତସନ୍ତ

977
Image: Ranjan
ADVERTISEMENT

ବ୍ରହ୍ମପୁର, ୧୦/୪ (ଇ.ରଞ୍ଜନ) : ବ୍ରହ୍ମପୁର ଜିଲ୍ଲାର ଚିକିତ୍ସାନିମନ୍ତେ ବେଶ ପରିଚିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ବୃହତ ହସ୍ପିଟାଲ ଏଠାକୁ ବହୁ ଦୂରଦୂରାନ୍ତରୁ ବିଭିନ୍ନ ଲୋକେ ଚିକିତ୍ସା ନିମନ୍ତେ ଆସିଥାନ୍ତି l କିନ୍ତୁ ବର୍ତମାନ ଯେଉଁ ମହାମାରି କରୋନା ବ୍ୟାପିଛି ତାହା ସାରା ବିଶ୍ୱକୁ କ୍ଷୁଦ୍ଧ କରିଛି l ଏପରି ସ୍ଥଳରେ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଲକଡାଉନ କରି ଦିନ ଗଡ଼ାଇବାରେ ବାଧ୍ୟତା ସାଜିଛନ୍ତି l ଏହି ପରିସ୍ଥିତିରେ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲରେ ବୌଦ୍ଧ ଜିଲ୍ଲା ବାଗୟପଡା ଥାନା ଅନ୍ତର୍ଗତ ସାଲେସିଂ ଗ୍ରାମର ସନ୍ତୋଷ ଡିଗାଲ ଙ୍କ ସ୍ତ୍ରୀ ମନସସ୍ମିତା ବେହେରା ଗର୍ଭବତୀ ଥିବାରୁ ବ୍ରହ୍ମପୁର ମେଡିକାଲକୁ ଆସିଥିଲେ l କିନ୍ତୁ ଦୁଃଖର ବିଷୟ ତାଙ୍କର ପୁତ୍ର ସନ୍ତାନ ଜନ୍ମହେବା କିଛି ଦିନଭିତରେ ଛୁଆ ମୁର୍ତ୍ୟୁ ହୋଇଥିବା ସକାଶେ l ମେଡିକାଲ କର୍ତୃପକ୍ଷ ଛୁଆ କୁ ନେଇବାହାରିବା ନିମନ୍ତେ ସୂଚନା ଦେଇଥିଲେ l ବାପ ସନ୍ତୋଷ ଦିଗାଲ ସାରା ରାଜ୍ୟରେ ଲକଡାଉନ ହେବା ଯୋଗୁଁ ଉପାୟ ନପାଇ ମୁର୍ତ୍ୟୁ ଛୁଆକୁ ଏକ ବ୍ୟାଗରେ ଧରି ୩ ଦିନ ଧରି ଘୁରିବୁଲୁଥିବା ସେ ପ୍ରକାଶ କରିବା ସହ ଅଞ୍ଚଳର ରୋଗୀ ମଧ୍ୟ କହିଛନ୍ତି l ସେ ଗରିବ ଏବଂ ତାଙ୍କ ଠାରେ ଟଙ୍କାନଥିବା ସହ ଖାଇବା ପାଇଁ ସୁବିଧା ନାହିଁ ସେ ଘର ଅଭିମୁଖେ ଯିବାକୁ ଚାଉଁଥିଲେ ମଧ୍ୟ ଯିବାପାଇଁ ଉପାୟ ନାହିଁ କି ସହଯୋଗ ବି ନଥିବା କହିଛନ୍ତି ସରକାରୀ ଆମ୍ବୁଲାନ୍ସ ପାଇଁ ଦୌଡ଼ିଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ସେବା ତାଙ୍କ ପାଇଁ ବିଫଳ ସାଜିଛି l ସେ ଉପାୟ ନପାଇ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କୁ ସାକ୍ଷାତ ନିମନ୍ତେ ଯାଇଥିଲେ l କିନ୍ତୁ ଉପଜିଲ୍ଲାପାଳ ଙ୍କୁ ସାକ୍ଷାତ ପାଇଁ ତାଙ୍କୁ କାର୍ଯ୍ୟାଳୟର କିଛି କର୍ମଚାରୀ ସାକ୍ଷାତ କୁ ବାରଣ କରିଥିବା ରୁ ସେ ଫୁଲବାଣୀର ଦୁନିଆହାଲଚାଲର ସାମ୍ବାଦିକଙ୍କୁ ଯୋଗାଯୋଗ କରିଥିଲେ l ସାମ୍ବାଦିକ ଜଣକ ଦୁନିଆହାଲଚାଲ କାର୍ଯ୍ୟାଳୟକୁ ଅବଗତ କରିବା ସଙ୍ଗେ ସଙ୍ଗେ ଖବରର ପ୍ରକାଶକ, ରିପୋର୍ଟର ପ୍ରମୁଖ ଯାଇ ଉପଜିଲ୍ଲାପାଳ ସିନ୍ଧେ ଦତ୍ତlତ୍ରୟ ବlହୁସାହେବ ଙ୍କୁ ସାକ୍ଷାତ କରିବାରୁ ଉପଜିଲ୍ଲାପାଳ ଆମ୍ବୁଲାନ୍ସ ବର୍ତମାନ ବାହାରକୁ ଯାଇଛି ଆଜି ସନ୍ଧ୍ୟାରେ ଆସିଲେ ତାଙ୍କ ସେବାରେ ନିୟଜିତ କରାଇଦେବା ପାଇଁ ପ୍ରତିଶୃତି ଦେଇଥିଲେ l ଏଥିସହ ରୋଗୀ ଏବଂ ତାଙ୍କ ସାଙ୍ଗରେ ଆସିଥିବା ଲୋକଙ୍କୁ ଖାଇବା ଯୋଗାଇ ଦେଇଥିଲେ l

Advertisement