Friday, November 6, 2026
ADVERTISEMENT
Home ଆଞ୍ଚଳିକ ଘର ଘର ବୁଲି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯାଂଚ ଆରମ୍ଭ

ଘର ଘର ବୁଲି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯାଂଚ ଆରମ୍ଭ

417
ADVERTISEMENT

କୋଦଳା,୧୦/୪(ସୂର୍ଯ୍ୟ ନାରାୟଣ ବଡୁ):ବିଶ୍ୱ ମହାମାରୀ କରୋନା ସଂକ୍ରମଣ ଆଶଙ୍କାକୁ ପ୍ରତିହତ କରିବା ପାଇଁ ଓଡ଼ିଶା ନଗର ଉନ୍ନୟନ ବିଭାଗର ନିଷ୍ପତ୍ତି,ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ରୂତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଚେକ କରିବା ପାଇଁ ଗୁରୁବାର କୋଦଳା ଏନଏସି ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ତତ୍ଵାବଧାନରେ କୋଦଳା ସେକ୍ଟରର ସମସ୍ତ ଅଙ୍ଗନବାଡି କର୍ମୀ , ସହାୟିକା ଏବଂ ଶିକ୍ଷକ ମାନଙ୍କୁ ନେଇ ଏକ ତାଲିମ ଶିବିର ନୋଡାଲ ଅଫିସର ଜତିନ୍ଦ୍ର ମୋହନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ପ୍ରତ୍ୟେକ ward ନିମନ୍ତେ ଏକ ଗ୍ରୂପ ଗଢ଼ାଯାଇ ତିନିଦିନ ମଧ୍ୟରେ ସମସ୍ତ ଘର ଘର ବୁଲି ସେମାନଙ୍କ ଲୋକସଂଖ୍ୟା କେତେ ଏବଂ କାହାର ସ୍ବାସ୍ଥ୍ୟ ଖରାପ ଅଛିକି ନାହିଁ ଜାଣିବା ନିମନ୍ତେ ସ୍ୱାସ୍ଥ୍ୟଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।ପରେ ପରେ ଶିକ୍ଷକଙ୍କ ନେତୃତ୍ୱରେ ଅଙ୍ଗନବାଡି କର୍ମୀ ଓ ସହାୟିକା ସମସ୍ତଙ୍କ ଘର ଘର ବୁଲି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରୁଥିବା ଦେଖାଦେଇଥିଲା ତତ ସହିତ ପ୍ରତ୍ୟକ ପରିବାର କୁ ମାସ୍କ ପିନ୍ଧିବା କୁ ବାଧ୍ୟ କରିବା ସହିତ ସାବୁନ କିମ୍ବା ହାଣ୍ଡୱାସରେ ବାରମ୍ବାର ହାତ ଧୋଇବାକୁ ଅନୁରୋଧ କରିଥିଲେ ।ଅପରାହ୍ନ ରେ ଡେରାସାହି ଅଙ୍ଗନବାଡି କେନ୍ଦ୍ର ଦସବଖରା ସାହି ଏବଂ ଗୋହୀରୀନାଳ ସାହି ଠାରେ ଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରା , ଅଙ୍ଗନବାଡି କର୍ମୀ ସବିତା ପାଢ଼ୀ ଏବଂ ସହାୟିକା ସବିତା ସାହୁ ମିଳିତ ଭାବେ ଲୋକଙ୍କ ଘର ଘର ବୁଲି ତଥ୍ୟ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି ।

Advertisement