ନୂଆଦିଲ୍ଲୀ, ୯/୪(ଡିଏଚ) : ପବିତ୍ର ହନୁମାନ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । “ପବିତ୍ର ହନୁମାନ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା । ଭକ୍ତି, ଶକ୍ତି, ସମର୍ପଣ ଏବଂ ଅନୁଶାସନର ପ୍ରତୀକ ପବନପୁତ୍ରଙ୍କ ଜୀବନୀ ଆମକୁ ସମସ୍ତ ସମସ୍ୟାକୁ ସଫଳତାର ସହ ସମ୍ମୁଖୀନ ହେବା ପାଇଁ ପ୍ରେରଣା ଯୋଗାଉଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

















