ବଲାଙ୍ଗିର, ୦୯/୪(ଦେବବ୍ରତ ଗୁରୁ):ଆଜି ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ତରଫରୁ ପୁଣି ପୁଇଁତଳା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା ପାଖରେ ଥିବା କମାର ବସ୍ତି ରେ ଥିବା ପନ୍ଦରଟି ପରିବାରର ପ୍ରାୟ ପଚାଶ ଜଣଙ୍କୁ ରୋଷେଇ ସାମଗ୍ରୀ ଏବଂ ସମସ୍ତଙ୍କୁ ମାଗଣା ମାସ୍କ ବଣ୍ଟନ କରାଯାଇଥିଲା… ଏହି ବସ୍ତି ଆଜକୁ ପ୍ରାୟ ପନ୍ଦର ବର୍ଷ ହେବ ଅଛି କିନ୍ତୁ କୌଣସି କାରଣରୁ ତାଙ୍କ ପାଖରେ ରାସନ କାର୍ଡ ମଧ୍ୟ ନାହିଁ… ସେମାନେ ଲୁହା କାମ କରି ଚଳନ୍ତି ଏବେ ଲକ ଡାଉନ ପାଇଁ ସବୁ ବନ୍ଦ… ପ୍ରକାଶ ଥାଉ କି ଲକ ଡାଉନ ଆରମ୍ଭ ରୁ ଅନୁଷ୍ଠାନ ତରଫରୁ ତାଙ୍କ ଖାଇବା ବ୍ୟବସ୍ଥା କରାଯାଉଛି. ଆଜି ତାଙ୍କ ଅସୁବିଧାକୁ ନେଇ ଅନୁଷ୍ଠାନ ତରଫରୁ ପୁଇଁତଳା BDO ଙ୍କୁ ଭେଟି ଅବଗତ କରିବାରୁ ଆଜି ଠୁ ତାଙ୍କୁ ଦୁଇବେଲା ଖାଇବା ଦିଆହେବ ବୋଲି ଆମକୁ ପ୍ରତିଶୃତି ଦେଇଛନ୍ତି। ପ୍ରକାଶ ଥାଉ ଆସନ୍ତା ୯ ତାରିକ ରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବାରୁ ଅନୁଷ୍ଠାନ ତରଫରୁ ମାଗଣା ମାସ୍କ ବଣ୍ଟନ କରାଯାଉଛି।


















