Saturday, November 7, 2026
ADVERTISEMENT
Home ଆଞ୍ଚଳିକ ଲୋଚାପଡ଼ା ହନୁମାନ ମନ୍ଦିର ସମ୍ମୁଖରେ ଦୀର୍ଘ ଦିନଧରି ପାଣି ବାନ୍ଧିହୋଇ କୃତିମ ବନ୍ୟା

ଲୋଚାପଡ଼ା ହନୁମାନ ମନ୍ଦିର ସମ୍ମୁଖରେ ଦୀର୍ଘ ଦିନଧରି ପାଣି ବାନ୍ଧିହୋଇ କୃତିମ ବନ୍ୟା

295
ADVERTISEMENT

ଲୋଚାପଡ଼ା,୯/୪(ଇ ରଞ୍ଜନ): କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବା ବ୍ରହ୍ମପୁର ପାର୍ଶ୍ୱବର୍ତ୍ତୀ ଲୋଚାପଡ଼ା ହନୁମାନ ମନ୍ଦିର ସମ୍ମୁଖରେ ଦୀର୍ଘ ଦିନଧରି ପାଣି ବାନ୍ଧିହୋଇ କୃତିମ ବନ୍ୟା ସଦୃଶ୍ୟ ପାଲୋଟିଛି l ବର୍ତମାନ କରୋନା ଭୟଙ୍କର ରୂପଧାରଣ କରିଥିବା ବେଳେ ସରକାର ଓ ପ୍ରଶାସନ ଏହାର ମୁକାବିଲା ନିମନ୍ତେ ବ୍ୟସ୍ତତା ରହିଥିବା ଦୃଷ୍ଟି ଗୋଚର ହୋଇଛି l ସେଥି ମଧ୍ୟରୁ ଏହି ଛୋଟ ଛୋଟ ପ୍ରାକୃତିକ ସମସ୍ୟା ଅନ୍ୟତମ ଭୟ ରୂପେ ଜ୍ୱଳନ୍ତ ରୂପେ ଦେଖାଦେଇଛି l ସେଠାକାର ପରିସ୍ଥିତିର ମୁଖ୍ୟ ସମସ୍ୟା ସେହି ରାସ୍ତା ବ୍ରହ୍ମପୁର ପ୍ରବେଶ ନିମନ୍ତେ ମୁଖ୍ୟ ରାସ୍ତା ରହିଥିବା ବେଳେ ଆମ୍ବୁଲାନ୍ସ ଗାଡି ଗୁଡିକ ଯିବା ଆସିବା ସମୟରେ ବାଧା ଉପୁଜୁଛି କାରଣ ସେଠାରେ ପ୍ରାୟ ୩ପୁଟରୁ ଉର୍ଦ୍ଧରେ ବିରାଟ ଗର୍ତ୍ତସୃଷ୍ଟି ହୋଇ ପାଣି ଜମିଥିବା ବେଳେ ହଠାତ ଗାଡି ଆସିବା ସମୟ ରେ ଡ୍ରାଇଭର ମାନେ ଭୟଭିତରେ ସମ୍ମୁଖୀନ ହେଉଥିବା ଅଞ୍ଚଳର କିଛି ଲୋକେ ଅଭିଯୋଗ କରିଛନ୍ତି l ଲୋକକହିବା ଅନୁଯାୟୀ ପ୍ରାୟତଃ ସମୟ ରେ ଏଭଳି ପରିସ୍ଥିତି ଉପୁଜୁଥିଲେ ମଧ୍ୟ ଅଞ୍ଚଳ ଉର୍ନତି ନିମନ୍ତେ ଥିବା କୌଣସି ଜନପ୍ରତିନିଧି ଦୃଷ୍ଟି ଦେଉନାହାନ୍ତି l ସେହି ଗର୍ତ୍ତରେ ଥିବା ପାଣିକୁ ଅନେକ ସମୟରେ ଅଞ୍ଚଳ ଲୋକ ହିଁ ବାହାର କରିଥାନ୍ତି କିନ୍ତୁ ବର୍ତମାନ ପରିସ୍ଥିତିରେ ଲୋକ ବାହାର କରିବାପାଇଁ ଇଛାପ୍ରକାଶ ଥିଲେ ମଧ୍ୟ ଲକଡାଉନ ଯୋଗୁଁ ପୋଲିସ ମାଡ ଆଶଙ୍କା କରି ଆସୁନଥିବା ଲୋକେ କହୁଥାନ୍ତି ଏବଂ ଏଭଳି କ୍ଷେତ୍ରରେ ଅତି ଆବଶ୍ୟକ ଥିବା ଲୋକ ଆସୁଥିବା ଲୋକ ମଧ୍ୟ ଭୟଭିତରେ ଯାତାୟତ କରନ୍ତି l ତେଣୁ ଏଭଳି କ୍ଷେତ୍ରରେ ପ୍ରଶାସନ କୌଣସି ପଦକ୍ଷପ ନେଇ ସେଠାରେ ମୁଖ୍ୟ ରାସ୍ତାରେ ଥିବା ଗର୍ତ୍ତରୁ ପାଣି ନିଷ୍କାସନ କରି ଯାତାୟତ ଲୋକଙ୍କୁ ସୁରକ୍ଷିତ କରିବା ପାଇଁ ଅଞ୍ଚଳବାସି ଅନୁରୋଧ କରନ୍ତି l

Advertisement