Saturday, September 19, 2026
ADVERTISEMENT
Home ଆଞ୍ଚଳିକ ଲକଡାଉନ ଯୋଗୁଁ ଝୋଟ କଳଗୁଡିକ ବନ୍ଦ ଥିବାରୁ ବସ୍ତା ତିଆରି ସୀମା ୧.୮୦ ରୁ ୨.୬୨...

ଲକଡାଉନ ଯୋଗୁଁ ଝୋଟ କଳଗୁଡିକ ବନ୍ଦ ଥିବାରୁ ବସ୍ତା ତିଆରି ସୀମା ୧.୮୦ ରୁ ୨.୬୨ ଲକ୍ଷ ଗାଣ୍ଠିକୁ ବୃଦ୍ଧି ପାଇଁ ବୟନ ମନ୍ତ୍ରଣାଳୟର ଅନୁମତି

390
ADVERTISEMENT

ନୂଆଦିଲ୍ଲୀ, ୮/୪ (ଡିଏଚ) : ଲକଡାଉନ ଯୋଗୁଁ ଝୋଟ କଳଗୁଡିକ ବନ୍ଦ ହୋଇ ପଡିରହିଛି । ଅଖା ଉତ୍ପାଦନ ବନ୍ଦ ହୋଇଥିବାରୁ ଖାଦ୍ୟ ଶସ୍ୟ ପରିବହନ ଲାଗି ଆବଶ୍ୟକ ମୁଣାର ସୀମା ୧.୮୦ ରୁ ୨.୬୨ ଲକ୍ଷକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ବୟନ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛି । ଏହା ଗହମ ଚାଷୀମାନଙ୍କ ଉତ୍ପାଦିତ ସାମଗ୍ରୀର ପ୍ୟାକେଜ ସମସ୍ୟାର ସମାଧାନ କରିପାରିବ ।

ଉତ୍ପାଦିତ ଗହମ ଏପ୍ରିଲ ୧୫ ତାରିଖ ସୁଦ୍ଧା ବଜାରକୁ ଆସିବା ସମ୍ଭାବନାକୁ ଦୃଷ୍ଟିରେ ରଖି ବୟନ ମନ୍ତ୍ରଣାଳୟ ଏପରି ନିଷ୍ପତ୍ତି ନେଇଛି । ତେବେ ଲକଡାଉନ ପରେ ଝୋଟ କଳଗୁଡିକ ପୁଣି ଚାଲୁ ହେଲେ ଗହମ ପ୍ୟାକିଙ୍ଗ ପାଇଁ ଝୋଟ ଅଖା ପୁଣି ବ୍ୟବହାର କରାଯିବ । ଝୋଟ ଚାଷୀମାନଙ୍କ ହିତକୁ ଦୃଷ୍ଟିରେ ରଖି ଲକଡାଉନ କାଳରେ ଝୋଟ ଚାଷ ପାଇଁ ଆବଶ୍ୟକ ବିହନ ଓ ସାର ଇତ୍ୟାଦିର ପରିବହନ ବ୍ୟବସ୍ଥା ସୁଚାରୁରୂପେ ସମ୍ପାଦନ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଗୁଡିକୁ ପତ୍ର ଲେଖାଯାଇଛି । । Jute Packaging Materials Act (JPM), ୧୯୮୭ର ବ୍ୟବସ୍ଥା ଅନୁସାରେ ସରାକର ଝୋଟ ଚାଷୀମାନଙ୍କ ସ୍ଵାର୍ଥ ରକ୍ଷା ପାଇଁ ସଂକଳ୍ପବଦ୍ଧ ବୋଲି ଏଥିରେ ଦର୍ଶାଯାଇଛି ।

ରବି ଫସଲ ଅମଳ ଦିନ ପାଖେଇ ଆସୁଥିବାରୁ ଏଗୁଡ଼ିକର ପ୍ୟାକିଙ୍ଗ ପାଇଁ ପର୍ୟ୍ୟାପ୍ତ ଅଖାର ଆବଶ୍ୟକତା ରହିଛି । ଝୋଟ କଳଗୁଡିକ ବନ୍ଦ ଥିବାରୁ ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଅନ୍ୟାନ୍ୟ ବସ୍ତା ତିଆରି ପାଇଁ ଏହି ନିଷ୍ପତ୍ତି ହୋଇଥିବା ଜଣାପଡିଛି ।

Advertisement