Friday, November 6, 2026
ADVERTISEMENT
Home ଆଞ୍ଚଳିକ ପିଲାମାନଙ୍କୁ ଇଣ୍ଟରନେଟ ମାଧ୍ୟମରେ ସଚେତନତା ଓ ମ୍ୟାନେଜମେଣ୍ଟ

ପିଲାମାନଙ୍କୁ ଇଣ୍ଟରନେଟ ମାଧ୍ୟମରେ ସଚେତନତା ଓ ମ୍ୟାନେଜମେଣ୍ଟ

692
ADVERTISEMENT

ବାଲିଗୁଡା,୮/୪(ସୁରେଶ କୁମାର ପଣ୍ଡା):ଭାରତରେ ପିଲା ସଂଖ୍ୟା 0 ରୁ 14 ଝିଅ 164,194,080 ପୁଅ 185,736,879
14 ରୁ 24 ଝିଅ 108,109,968 ପୁଅ 122,573,662 ( ଭାରତ ଡେମୋଗ୍ରାଫି ରିପୋର୍ଟ-2018) ଆମେ ଦେଖି ପାରୁଛୁ ଭାରତରେ ପିଲାସଂଖ୍ୟା କେତେ ଅଧିକ।ପ୍ରତ୍ୟେକ ଘରେ ଗୋଟିଏ ବୁଇଟା ଆଉ ଏହାଠୁ ଅଧିକ ମଧ୍ୟ ଦେଖାଯାଏ।ଏହି ସମୟରେ ପିଲାମାନଙ୍କୁ ମ୍ୟାନେଜ କରିବା ଏକ ଚାଲେଞ୍ଜ ହୋଇପଡିଛି ପ୍ରତେକ ପରିବାର ନିମନ୍ତେ। ତାଲାବନ୍ଦୀ ଓ ବାଧ୍ୟତା ମୂଳକ ଘରେ ରହିବା ପିଲାମାନଂକ ପକ୍ଷରେ ଟିକିଏ କଷ୍ଟକର ହୋଇ ପଡିଛି।ତଥାପି ପିଲାମାନେ ବଡ ମାନଙ୍କର କଥା ମାନି ଘରେ ରହୁଛନ୍ତି।ଏହା ବହୁତ ପ୍ରଶଂଶନିୟ । ସମସ୍ତ ପିଲାମାନଙ୍କୁ ଏମ ଏମ ସି ଟି ଓ ୟୁଥ ଅଫ କନ୍ଧମାଳ ତରଫରୁ ଅଶେଷ ଅଶେଷ ଧନ୍ୟବାଦ।


କୋରନାର ଏହି ଭୟାବହ ସମୟରେ ପିତା ମାତା ଅଭିଭାବକ ମାନଙ୍କର ଙ୍କ ବହୁତ ଗୁତୁତ୍ୱପୂର୍ଣ ଦାଇତ୍ୟ ରହିଥାଏ। ଘରେ ରହି ରହି ପିଲା ମାନେ ଚିଡିଛିଡା ହୋଇ ଯାଉଛନ୍ତି।ବେଳେବେଳେ ସେମାନେ କଥା ଶୁଣୁ ନାହାନ୍ତି। କହୁଛନ୍ତି ,କେତେ ଦିନ ଏପରି ଘର ଭିତରେ ବନ୍ଦ ହୋଇ ରହିବୁ ? ସେମାନେ କୁହନ୍ତି , ଆମେ ପିଲାମାନେ ,ଆମର ଇଛା ବାହାରେ ଯାଇ ସାଙ୍ଗସାଥି ସହିତ ବୁଲିବା ,ଖେଳିବ , ଗପସପ କରିବା ଇତ୍ୟାଦି।
ଏହି ସମୟରେ ପିଲାମାନଙ୍କୁ କିଛି କିଛି ଟାସ୍କ ଦେଇ ସେମାନଙ୍କୁ ବ୍ୟସ୍ତ ରଖିବା ନିହାତି ଆବଶ୍ୟକ। ଏହିପର ଏକ ବିଷୟର ସୃଜନ ନେଇ ଆମେ ପହଞ୍ଚି ପାରିଥିଲୁ ଘରେ ତଲବନ୍ଦୀ ଥିବା ଅନେକ ପିଲା ମାନଙ୍କ ପାଖରେ। ଆଜିକାଲି ଯୁଗ ବାଦଳିଗଲା, ଘରେ ଘରେ ଇଣ୍ଟରନେଟ ଆଉ ସ୍ମାର୍ଟ ଫୋନ। ଏମ ଏମ ସି ଟି ଓ ୟୁଥ ଅଫ କନ୍ଧମାଳ ଏହି ଇଣ୍ଟରନେଟ ସାହାଯ୍ୟରେ ତଲବନ୍ଦୀ ପିଲାଙ୍କ ପାଖରେ ଅତି ସହଜରେ ପହଂଚି ପାରିଥିଲେ। ପ୍ରତ୍ୟେକ ଦିନ ଗୋଟିଏ ବିଷୟ ପିଲା ମାନଙ୍କୁ ଟାସ୍କ ଦିଆ ଯିବ, ସେମାନେ ତାହା ନିର୍ଦ୍ଧିଷ୍ଟ ସମୟରେ ଶେଷ କରି ତାହାର ଫୋଟୋ ଉଠାଇ ମୋବାଇଲ ରେ ଗ୍ରୁପ କୁ ପଠାଇବେ।
ଏହିପରି କରିବା ଦ୍ଵାରା ଗ୍ରୁପ ରେ ଥିବା ଅନ୍ୟ ପିଲାମାନେ ଉତ୍ସାହିତ ହେବା ସହିତ ଗୋଟିଏ ଜିନିଷକୁ ହିଁ କିଏ କେଉଁ ପ୍ରକାରେ ବ୍ୟକ୍ତ କରୁଛି ତାହା ଦେଖିବାକୁ ମିଳିବା ସହିତ ବହୁତ କୁଛି ଶିଖିବାର ସୁଯୋଗ ମଧ୍ୟ ମିଳିବ ।

ପ୍ରଥମ ଦିନର ବିଷୟ ଥିଲ “କୋରନା ଭୁତାଣୁ’
ଏଥିରେ ପିଲାମାନେ କୋରନା ଭୁତାଣୁ ସଂକ୍ରମଣ ର ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ। ପିଲାମାନେ ଏହି ବିଷୟରେ କେତେ ସଚେତନ ତାହା ଚିତ୍ର ମାଧ୍ୟମରେ ପରିପ୍ରକାଶ କରିଛନ୍ତି।
1.କାବ୍ୟ ଯାଦବ, ଗୁଡ଼ଗାଁ, ଦିଲ୍ଲୀ ପରିପ୍ରକାଶ କରନ୍ତି ଯେ, ଆମକୁ କୋରନାରୁ ବଞ୍ଚବାକୁ ହେଲେ ମୁହଁରେ ଭଲ ଭାବରେ ମାସ୍କ ଲଗେଇ କୋରନା ସହିତ ଲଢେ଼ଇ କରବାକୁ ପଡିବ।
2.ତାନିଆ, ନାସିରଗଞ୍ଜ, ବିହାର ତାଙ୍କ ଚିତ୍ରକଳା ମାଧ୍ୟମରେ ପରିପ୍ରକାଶ କରନ୍ତି ଯେ:
“ଝିଅମାନେ ମାସ୍କ ବ୍ୟବହାର କରନ୍ତୁ’B
3.ରୋହନ ,ମିରବା, ବିହାର
“ଘରେ ରହିବା’ ‘ସୁରକ୍ଷିତ ରହିବା”

  1. ଗ୍ରେସି ,ଚେନ୍ନାଇ ରୁ କୋରନା ସଂକ୍ରମଣ ଠାରୁ କିପରି ତାହା ପରିପ୍ରକାଶ କରନ୍ତି; ଯଥା
    ହାତ ମିସାଇବାନି।
  • ମିଟର ବ୍ୟବଧାନ ରଖି କଥା ବାର୍ତା କରିବା।
  • ମାସ୍କ ଲଗେଇବା।
  • ଛିଙ୍କିଲେ.କାଶିଲେ ରୁମାଲ ବ୍ୟବହାର କରିବା।
  • ବାରମ୍ବାର ସାବୁନରେ ହାତ ଧୋଇବା।
  • ଗହଳି କୁ ବାରଣ କରିବା।

5.ରାଜୁ ପାଟନା ପରିପ୍ରକାଶ କରନ୍ତି,
“କୋରନା ଚାଲିଯାଅ’
ଆମ ଟିମ ତରଫରୁ ସମସ୍ତ ଛୁଆମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
6.ଉପାସନା ଯିଏ କି ଦଶମ ଆଇ ସି ଏସ ସି ପରୀକ୍ଷା ଦେଉଛନ୍ତି ସେ ଅତି ସୁନ୍ଦର ଭାବେ କୋରନ ଭୁତାଣୁ କୁ ଚିତ୍ରିତ କରିଛନ୍ତି। ସମଗ୍ର ବିଶ୍ୱ ଏହାର କବଳରେ ଆସିଛି ଓ ତାହା ସହିତ ଏକ ସୁନ୍ଦର ମେସେଜ ସେ ଦେଇଛନ୍ତି। ସେ କହିଲେ ମୁ ଏହାକୁ ବହୁତ ଉପଭୋଗ କଲି। ହଁ ଏହିପରି ହିଁ ହୋଇଥାଏ, ପିଲାମାନେ ନିଜ ମସ୍ତିସ୍କ ଉପରେ ଜୋର ପକାଇ ସେହି ବିଷୟର ଭିତରେ ପଶି ତାହାର ମର୍ମ ବୁଝିବାକୁ ଚେଷ୍ଟା କରିଥାନ୍ତି। ଆମ ଟିମ ତରଫରୁ ଉପାସନା ଙ୍କୁ ଅନେକ ଅନେକ ଧନ୍ୟବାଦ।
7.ରିଚା ସପ୍ତମ ଶ୍ରେଣୀ ଛାତ୍ରୀ। ତାଙ୍କ ଛବିଟି କୋରନ କିପିରି ବିଶ୍ଵ କୁ ଡରେଇ ରଖିଛି ତାହା ସେ ଫୁଟାଇ ପାରିଛନ୍ତି।ଏହା ସହିତ ବହୁତ ସୁନ୍ଦର ଏକ ମେସେଜ। ଆମ ଟିମ ତରଫରୁ ରିଚାଙ୍କୁ ବହୁତ ବହୁତ ଧନ୍ୟବାଦ l

8 .ରୋଜମା ଯିଏ କି କୋର୍ବା ରେ ରୁହନ୍ତି, ଗ୍ରାଜୁଏସନ ସାରି ନିଜ ଭାଇଙ୍କ ବିଜିନେସ ରେ ସାହାର୍ଯ୍ୟ କରୁଛନ୍ତି ସେ ମଧ୍ୟ ନିଜ କଳା ମାଧ୍ୟମରେ କିଛି ପରିପ୍ରକାଶ କରିଟାଣିଲେ । ଯୀଶୁ ଯିଏ ଜଗତର ଉଦ୍ଧାରକର୍ତ୍ତା ତାହାଙ୍କୁ ସେ ସମସ୍ତ ଶ୍ରେୟ ଦେଇଥିଲେ। ତାଙ୍କ ଚିତ୍ର ବ୍ୟକ୍ତ କରେ ଯେ, ଯୀଶୁ ହି ଜଗତକୁ ଉଦ୍ଧାର କରନ୍ତି , ପୃଥିବୀକୁ ସେ ନିଜ ହାତରେ ଧରି ଅଛନ୍ତି।ସେ ରକ୍ଷାକର୍ତ୍ତା,,.ଆମେ ତାଙ୍କ ହାତରେ ସୁରକ୍ଷିତ। ଆମ ଟିମ ତରଫରୁ ରୋଜମାଙ୍କୁ ଅନେକ ଅନେକ ଧନ୍ୟବାଦ।

*ଘରେ ରହିବ
*ସୁରକ୍ଷିତ ରହିବା।
*ନିଜକୁ ବିଭିନ୍ନ ବିଷୟରେ ବ୍ୟସ୍ତ ରଖିବା।
*ଇଣ୍ଟରନେଟ ର ସଦୁପଯୋଗ କରିବା।
*ପିଲାମାନଂଙ୍କୁ ବିଭିନ୍ନ ବିଷୟରେ ବ୍ୟସ୍ତ ରଖିବାରେ ସାହାଯ୍ୟ କରିବା।

*ଆସନ୍ତୁ ସମସ୍ତ ମିଶି ଏହି ମହାମାରୀ କୁ ଲଢେ଼ଇ କରି ଜୟଯୁକ୍ତ ହେବା।
ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ଦ୍ଵାରା କୋରନ ପାଇଁ ନୀତିନିୟମ :
1.ଘରେ ରହିବା
2.ଦୁହିଁଙ୍କ ମଧ୍ୟରେ 1 ମିଟର ବ୍ୟବଧାନ ରଖିବା।
3.ବାରମ୍ବାର ସାବୁନରେ ହାତ ଧୋଇବା 20 ସେକଣ୍ଡ ପର୍ଯନ୍ତ।
4.କୋରନା ରୋଗୀ ପାଖକୁ ମାସ୍କ ଲଗେଇ ଯିବା।
5.କାହାକୁ ଚୁଇବା ନାହିଁ।
6.ହେଣ୍ଡ ସେକ କରିବନି।
7.ଆଲିଙ୍ଗନ କରିବାନାହିଁ ।
8.କାଶିଲେ ଛିଙ୍କିଲେ ମୁହଁ ଢାଙ୍କିବା ।
9.ବାହାରୁ ଆସିଲେ ଭଲରେ ଗାଧୋଇବା ଓ ଲୁଗା ସଫାକରିବା।
10.ଫଳ ପନିପରିବା ଭଲରେ ଧୋଇ ଖାଇବା।
11.ଗହଳି କରିବାନି କି ଗହଳିକୁ ଯିବା ନାହିଁ।
12.104 କୁ ଏହି ସଂକ୍ରାନ୍ତରେ ଫୋନ କରିବା।
13.କାଶ, ଜର,ଛାତି ବଥା , ନିଶ୍ଵାସ ନେବାରେ ଅସୁବିଧା ହେଲେ ତୁରନ୍ତ ମେଡିକାଲ ଯିବା।
14.ଲୋକଙ୍କୁ ସଚେତନ କରିବା।
15.ଯେଉଁମାନେ ଅସହାୟ ସେମାନଙ୍କୁ ସାହାଯ୍ୟ କରିବା।
16.ଏକ ଉତ୍ତମ ନାଗରିକ ଭାବେ ଦେଶ ପାଇଁ କିଛି କରିବା।

ଏକ ହସର କାରଣ ବନିବା 😊

Advertisement