କୋଦଳା,୦୭/୪/ (ସୂର୍ଯ୍ୟ ନାରାୟଣ ବଡୁ)- ଜେତେ ବୁଝାଇଲେ ବୁଝୁନାହାନ୍ତି ଅମାନିଆ ।ଭୟାବହ କରୋନା କୁ ନେଇ ବର୍ତ୍ତମାନ ସହର କୁ 19 ଘଣ୍ଟା ପାଇଁ ସଟ ଡାଉନ ଘୋଷଣା ହୋଇ ବିନା କାରଣରେ ମୋଟରସାଇକଲ ଚଳାଇବା ଉପରେ ପୋଲିସ ବାରଣ କରିଥିବା ବେଳେ ଅମାନିଆ ଗାଡ଼ି ମାଲିକ ଏହାକୁ ଖାତିର କରୁନଥିବା ଜଣାପଡ଼ିଛି । ଏହାକୁ ନେଇ ରବିବାର ବହୁ ଅମାନିଆଙ୍କ ମୋଟର ସାଇକଲ ଅଟକ ରଖ।ଯାଇଥିଲା । ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ପ୍ରତ୍ଯକ୍ଷ୍ଯ ତତ୍ଵାବଧାନ ରେ ରାତି ସାରା ପ୍ରତ୍ୟକ ସାହି , ଗଳି ଯାଇ ପୋଲିସ ଘରୁ ନ ବାହାରିବାକୁ ପରାମର୍ଶ ଦେଇ କୋଦଳା ଚାରିଛକ ଠାରେ ପହଞ୍ଚି ବହୁ ମୋଟର ସାଇକଲ ଜବତ କରି ସେମାନଙ୍କୁ ଅଟକାଇ ଥିଲେ ।କିଛି ଗାଡ଼ି ମାଲିକଙ୍କ ଉପରେ ମାମଲା ରୁଜୁ କରାଯାଇଥିବା ବେଳେ 7000/-ରୁ ଊର୍ଦ୍ଧ୍ବ ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାପଡ଼ିଛି । ଏହି ଧରପଗଡରେ ଏସଆଇ ଅନୀଲ କୁମାର ସାହୁ , ବିଘ୍ନେଶ୍ୱର ସାହୁ ,ଏସଆଇ ମହେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


















