କୋଦଳା,୦୭/୪/(ସୂର୍ଯ୍ୟ ନାରାୟଣ ବଡୁ)- କରୋନାର ମୁକାବିଲା କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି।ଏଥି ପାଇଁ କିଛି ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସ୍ୱଇଛାରେ ଦାନ କରୁଛନ୍ତି। ଗତ ସୋମବାର ଦିନ ତହସିଲଦାର ପ୍ରଭାତ କୁମାର ପରିଡ଼ାଙ୍କୁ ଭେଟି ବେଗୁନିଆପଡାର ବାବା ଧବଳେଶ୍ବର ଟ୍ରକ ମାଲିକ ସଂଘ ତରଫରୁ ପଚିସି ହଜାର ଟଙ୍କା ଓ ସୁମଣ୍ଡଳ ସ୍ଥିତ ମା ବନ ଦୁର୍ଗା ଷ୍ଟୋନ କ୍ରସର ମାଲିକ ପଚାଷ ହଜାର ପାଞ୍ଚ ଟଙ୍କା କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ଏହି ସମୟରେ ବେଗୁନିଆ ପଡା ସି ଡି ପି ଓ ସଂଧ୍ୟାରଣୀ ପାଣିଗ୍ରାହୀ ଆର. ଆଇମଳୟ କୁମାର ନାୟକ, କ୍ରସର ମାଲିକ ତଥା ଟ୍ରକ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ପାଣ୍ଡି, ସମ୍ପାଦକ ବବି ରାଉତ, ଉପଦେଷ୍ଟା ସୁଦର୍ଶନ ଜେନା, ରାଜ କୁମାର ରାଉତ ଉପସ୍ଥିତଥିଲେ। ସେମାନଙ୍କୁ ତହସିଲଦାର ଧନ୍ୟବାଦ ଦେଇଥିଲେ।


















