Friday, November 6, 2026
ADVERTISEMENT
Home ଆଞ୍ଚଳିକ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀଙ୍କ କରୋନା ପାଇଁ ସଚେତନତା

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀଙ୍କ କରୋନା ପାଇଁ ସଚେତନତା

354
ADVERTISEMENT

କନ୍ଧମାଳ,୭/୪/(ସୁରେଶ କୁମାର ପଣ୍ଡା):କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ଫଳରେ ଆଜି ସକାଳୁ କନ୍ଧମାଳ ଜିଲ୍ଲାପାଳ ଡ଼ି ବୃନ୍ଦା ଓ ଆରକ୍ଷୀ ଅଧିକାରୀ ପ୍ରତୀକ ସିଂ ଫୁଲବାଣୀ ସଦର ମହକୁମାରେ ସମସ୍ତ କିରାଣୀ ଦୋକାନ , ପରିବା ଦୋକାନ ଓ ଉଠା ଦୋକାନୀ ବ୍ୟବସାୟୀଙ୍କ ପାଖରେ ପହଞ୍ଚି ସଚେତନ କରିଛନ୍ତି I

ଆସୁଥିବା ଗ୍ରାହକଙ୍କୁ ଘରୁ ଆସିବା ବେଳେ ମାସ୍କ, ରୁମାଲ ପିନ୍ଧି ଜିନିଷ କିଣିବା ପାଇଁ ଆସନ୍ତୁ, ଏହା ସହ ୨ମିଟର ସାମାଜିକ ଦୂରତା ରକ୍ଷାକରି ଠିଆ ହୁଅନ୍ତୁ I ଆସୁଥିବା ଗ୍ରାହକଙ୍କୁ ବୁଝାନ୍ତୁ ,ଯଦି ଏହାକୁ କିଏ ଅବମାନନା କରନ୍ତି ତାହାହେଲେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ Iଏହି ନିୟମକୁ ମାନନ୍ତୁ ଓ ଅତି ଆବଶ୍ୟକ ପଡ଼ିଲେ ଘରୁ ବାହାରନ୍ତୁ ନହେଲେ ଘରେ ସୁରକ୍ଷିତ ରୁହନ୍ତୁI

Advertisement