Friday, November 6, 2026
ADVERTISEMENT
Home ଆଞ୍ଚଳିକ ଆଗଳପୁର ବ୍ଲକର ବିଭିନ୍ନ ଗ୍ରାମରେ ରାସନ ସାମଗ୍ରୀ ବଣ୍ଟନ

ଆଗଳପୁର ବ୍ଲକର ବିଭିନ୍ନ ଗ୍ରାମରେ ରାସନ ସାମଗ୍ରୀ ବଣ୍ଟନ

423
ADVERTISEMENT

ବଲାଙ୍ଗୀର,୭/୪/(ସୁନିଲ ତ୍ରିପାଠୀ): କୋରୋନା ମହାମାରୀ ପାଇଁ ସାରା ଭାରତ ବର୍ଷ ଲକଡାଉନ ହୋଇଥିବା ବେଳେ ଗତ କିଛି ଦିନ ତଳେ ବିଜୁ ଜନତା ଦଳ ଲୋଇସିଂଘା ତରଫରୁ ନିହାର ରଞ୍ଜନ ବେହେରା ଙ୍କ ନିର୍ଦେଶ କ୍ରମେ ଏକ ଭଲେଣ୍ଟିଅର ଟିମ ଗଠନ କରା ଯାଇଥିଲା ଆମ ଟିମ ସହିତ ଯୋଗଯୋଗ କରିଥିବା ବିଭିନ୍ନ ଅସହାୟ ବୃଦ୍ଧ ବୃଦ୍ଧା ନିରୀହ, ଅତ୍ୟନ୍ତ ଗରିବ, ବିକଳାଙ୍ଗ, ପରିବାର ବର୍ଗ ଙ୍କୁ ଆମ ଟିମ ଦ୍ଵାରା ଗତକାଲି ଆଗଳପୁର ବ୍ଲକ ର ବିଭିନ୍ନ ଗ୍ରାମ ବୁଲି ବିଭିନ୍ନ ରାସନ ସାମଗ୍ରୀ (ଚାଉଳ, ଡାଲି, ଆଳୁ, ଲୁଣ) ଇତ୍ୟାଦି ବଣ୍ଟନ କରାଗଲା।

ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ଲୋଇସିଂଘା ର ପୂର୍ବତନ ବିଧାୟକଙ୍କ ପୂର୍ବତନ ପ୍ରତିନିଧି ଆଶିଷ ସିଂଦେଓ, ଅଗଲପୁର ପଂଚାୟତ ସଭାପତି ରାମଚନ୍ଦ୍ର ମେହେର, ବୁଦୁଲା ପଂଚାୟତ ସଭାପତି ଦିଲୀପ ସାହୁ ଓ ଅନ୍ୟାନ୍ୟ କର୍ମୀ ମାନେ ଉପସ୍ଥିତ ଥିଲେ ।ଏହି ସେବା ଆଗକୁ ମଧ୍ୟ ଜାରି ରହିବ ।ଆମେ ଆପଣଙ୍କ ସେବାରେ ସବୁବେଳେ ।

Advertisement