ମୋହନା୪।୪(ମୋହନ ଗୌଡ): ଓଡିଶାରେ ବର୍ତମାନ କରୋନା ଭୁତାଣୁ ଆକ୍ରାନ୍ତ ସଂଖ୍ୟା ୬ ପହଂଚିବା ପରେ । ଲକଡାଉନ ବ୍ୟବସ୍ତା କଡାକଡି ହେଉଥିବା ଦେଖିବାକୁ ମିଳିଛି । ଏହି ନିୟମ ଅନୁମାନ କରି ମୋହନା ବ୍ଳକର ୩ଟି ସୀମାନ୍ତବର୍ତୀ ଅଂଚଳକୁ ପୁଲିସ ପ୍ରଶାସନ ଓ ବ୍ଳଖ ପ୍ରସାଶନ ପକ୍ଷରୁ ଅବାଧ ଗମନାଗମନକୁ ରୋକିବା ପାଇଁ ରାସ୍ତା ସିଲ କରାଯାଇଥିବା ଜଣାପଡିଛି । ମୋହନା ପୁଲିସଙ୍କ ଉପସ୍ଥିତିରେ ବ୍ଳକ ପ୍ରସାଶନ ପକ୍ଷରୁ ସ୍ଥାନୀୟ ବ୍ଳକ ଲୁହାଗୁଡି ପଂଚାୟତ ଅନ୍ତର୍ଗତ କମଳାପୁର ଛକ, କନ୍ଧମାଳ ଜିଲ୍ଲା ତଥା ପାଣିଗଣ୍ଡା ଛକ, ମୋହନା ବ୍ଳକ ଅନ୍ତର୍ଗତ ରାଇପଙ୍କା ଛକ ନିକଟରେ ୩ଟି ପୃଥକ ସ୍ଥାନରେ ୩ଟି ଗେଟକୁ ଅବରୋଧ କରାଯାଇ ସିଲ କରାଯାଉଛି । ଏହି ପରିପ୍ରେକ୍ଷୀରେ ମୋହନା ପୁଲିସ ଉପସ୍ଥିତ ଥାଇ ଗେଟ ଗୁଡିକୁ ସିଲ କରିଥିଲେ । ଅପରପକ୍ଷେ କିଛି ଅସାଧୁ ବ୍ୟବସାୟୀ ଅର୍ଥ ଲାଳସା ଅବସରରେ ଏହି କରୋନା ଭୁତାଣୁର ଫାଇଦା ନେଇ ଅବାଧରେ ସ୍ଥାନୀୟ ବ୍ଳକରେ ପ୍ରବେଶ କରି ଚଢା ଦରରେ ଅତ୍ୟାବଶ୍ୟକୀ୍ୟ ସାମଗ୍ରୀ ବିକ୍ରି କରୁଥିବା ସ୍ଥାନୀ୍ୟୟ ଲୋକେ ଅଭିଯୋଗ କରିଛନ୍ତି ।


















