ଆସିକା, ୦୩/୦୪ (କାଳୁଚରଣ) : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ଲକ ଡାଉନ ଓ ଭିଷଣ ଖରା ତଥା ପ୍ରଚଣ୍ଡ ରୌଦ୍ରତାପରେ ସହାୟତାର ହାତ ବଢ଼ାଇଛନ୍ତି ସମାଜସେବୀ ତଥା କାଳଷଣ୍ଢପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଧନମାଳୀ ସୀୟ ଲକ ଡାଉନକୁ ଆଜି ୧୦ ଦିନ ବ୍ୟାପିଥିବା ବେଳେ ଆସିକା ଏନ.ଏ.ସି ରେ ବୁଲୁଥିବା ତଥା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କିଛି ନିରାଶ୍ରୟ,ଭିକ୍ଷୁକ,ଗରିବ ଲୋକ ଏବଂ ପଶୁ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ ।




















