Saturday, September 19, 2026
ADVERTISEMENT
Home ଆଞ୍ଚଳିକ ଲକ୍‌ଡାଉନକୁ ଫୁ: ରାଜନୈତିକ ଛତ୍ର ଛାୟା ତଳେ ବେଆଇନ ଗୁଟଖା କାରଖାନାକୁ ପୋଲିସର ଚଢ଼ାଉ କୋଟିଏ...

ଲକ୍‌ଡାଉନକୁ ଫୁ: ରାଜନୈତିକ ଛତ୍ର ଛାୟା ତଳେ ବେଆଇନ ଗୁଟଖା କାରଖାନାକୁ ପୋଲିସର ଚଢ଼ାଉ କୋଟିଏ ଟଙ୍କାର ଗୁଟଖା ଜବତ୧୧ ଜଣଙ୍କ ନାମରେ ମାମଲା ରୁଜୁ

652
ADVERTISEMENT

ବ୍ରହ୍ମପୁର, ୦୩/୦୪ (ଇ.ରଞ୍ଜନ) : କରୋନା ପାଇଁ ସାରା ରାଜ୍ୟ ଲକଡାଉନ ଏହାର ଫାଇଦା ଉଠାଉଛନ୍ତି ଅସାଧୁବେପାରୀ । ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ଲୋଚାପଡ଼ା ଗୁରୁଣ୍ଠି ରୋଡ ପାର୍ଶ୍ୱରେ ଥିବା ଟେକ୍ନୋ ପାର୍କ ଠାରେ ଦୀର୍ଘଦିନଧରି ଚାଲିଥିବା ଏକ ନକଲି ପୁଡିଆ କାରଖାନା ଉପରେ କୁକୁଡାଖଣ୍ଡି ତହସିଲଦାର ଓ ସଦରଥାନା ପୋଲିସ ମିଳିତ ଭାବେ ଚଢ଼ଉ କରି କୋଟିଏ ଟଙ୍କାର ୨ ଟ୍ରକ ପୁଡିଆଟ୍ରକ ଜବତ କରିଛି ।

ବିଭିନ୍ନ ରାଜନୈତିକ ଛତ୍ରଛାୟା ତଳେ ଚାଲିଥିବା ନକଲି କାରଖାନା ଗୁରୁଣ୍ଠି ଗ୍ରାମ ନିକଟରେ ଥିବା ଟେକ୍ନୋପାର୍କ ରେ କିଛି ବିହାରି ଲୋକ ରହୁଥିବା ନେଇ ତହସିଲଦାର ଖବର ପାଇବା ପରେ ଚଢଉ କରିଥିଲେ । ପୁଡିଆ ଚାଲିଥିବା ହେତୁ ଘର ମଧ୍ୟକୁ କି ଟେକ୍ନେପାର୍କ କୁ କାହାକୁ ଛାଡୁନଥିଲେ ବିଭିନ୍ନ କମ୍ପାନୀ ର ନକଲି ପୁଡିଆ ପ୍ରସ୍ତୁତି ଚାଲିଥିଲା । ସ୍ଥାନୀୟ ଲୋଚାପଡା ଅଞ୍ଚଳର ଜଣେ ରାଜନେତାକଂ ସହ ୪ ଜଣବ୍ୟକ୍ତି ଏହା ଚଲାଇଥିବା ସ୍ଥାନୀୟ ବାସିନ୍ଧା ସୂଚନା ଦେଇଛନ୍ତି ।

ପୋଲିସ ସେଠାରେ କାମ କରୁଥିବା ବିହାର ର ୫ଜଣ ଓ ଲୋଚାପଡା ଅଞ୍ଚଳର ଜଣ ଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ଚଢଉରେ ତହସିଲଦାର ଇପସିତା ପ୍ରିୟଦର୍ଶନୀ ମିଶ୍ର,ଅତିରିକ୍ତ ତହସିଲଦାର କଳାକୃଷ୍ନ ପ୍ରଧାନ,ଅମ୍ବିତ ମହାନ୍ତି,ସଦର ଏସଡିପିଓ ଜୟନ୍ତ ମହାପାତ୍ର,ସଦରଥାନା ଅଧିକାରୀ ସନ୍ତୋଷିନୀ ଓରାମ,ଏସଆଇ ବିନିତ ଶତପଥୀ, ବିଭୂତି ସେଠୀ,ସୁରେଶ ସାହୁ,ଧୋବା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ୨ଟି ମେସିନ,ରିଲ,୬୮ ପ୍ୟାକେଟ ପୁଡିଆ ପୋଲିସ ଜବତ କରିଛି।ସଦର ପୋଲିସ ୧୦୮/୨୦ ରେ ଏକ ମାମଲା ରୁଜୁ କରି ୧୦ନଂ ଜୋନ୍ ବିଜେପି ଜିଲ୍ଲାପରିଷଦ ମୋହନ ଦାସ,ଲୋଚାପଡାର କୀର୍ତ୍ତନ ସାହୁ,ଉତ୍କଳ ସିନେମାହଲର ରାଜେଶ ରାଓ,ଶମ୍ଭୁ ବେହେରା,ବାବୁଲା ସାହୁ,ଦାସରଥୀ ସାହୁ,ଉତ୍ତରପ୍ରଦେଶର ଶାହାରୁଖ ଖାନ,କୁଳଦୀପ ୟାଦବ,ଅଷୟ ୟାଦବ,ବିହୁରା ୟାଦବ,ଚନ୍ଦ୍ର ଦେବ ପାଶଓ୍ବାନ ଓ ଜଣେ ରାଜନେତା ଏହି ନକଲି ବେପାର କରୁଥିବାରୁ ପୋଲିସ ଏହାକୁ ଚଢ଼ଉ କରୁନଥିବା ସ୍ଥାନୀୟ ବାସିନ୍ଧା ଅଭିଯୋଗ କରିଛନ୍ତି ।

୬ ଜଣକୁ ପୋଲିସ ଗିରଫ କରିଥିବା ବେଳେ ବିଜେପି ଜିଲ୍ଲାପରିଷଦ ଙ୍କ ସହ ୫ ଜଣ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି । ପୋଲିସ ସେମାନକୁଂ ଧରିବାକୁ ଚଢଉ ଜାରିରଖିଥିବା ସଦର ଏସଡିପିଓ ସୂଚନା ଦେଇଛନ୍ତି l

Advertisement