ଭୁବନେଶ୍ୱର୦୨/୦୪ (ଡ଼ି ଏଚ): କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ରେ ଏକ କୋଭିଡ ୧୯ ଫାକ୍ଟ ଚେକ ୟୁନିଟ ଗଠନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ୟୁନିଟ ଆଜିଠାରୁ କାର୍ଯ୍ୟକ୍ଷମ ହେବ । କୋଭିଡ୧୯ ସମ୍ପର୍କିତ କେନ୍ଦ୍ର ସରକାରଙ୍କ ସହ ଜଡିତ କୌଣସି ଖବର ବା ତଥ୍ୟ ଯଦି ମିଥ୍ୟା ବା ଗୁଜବ ଲାଗେ , ତେବେ [email protected] ରେ ଇମେଲ ମାଧ୍ୟମରେ ଯୋଗାଯୋଗ କରାଯାଇପାରିବ । ଏକ ଧାର୍ଯ୍ୟ ସମୟ ମଧ୍ୟରେ ୟୁନିଟ ଆପଣଙ୍କୁ ସଠିକ ତଥ୍ୟ ପ୍ରଦାନ କରିବ । ପିଆଇବିର ମହାନିର୍ଦ୍ଦେଶକ ଶ୍ରୀ ନିତିନ ୱାକାଙ୍କର ଏହି ୟୁନିଟର ମୁଖ୍ୟ ଭାବେ କାର୍ଯ୍ୟ କରିବେ ।


















