Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଅସହାୟଙ୍କୁ ଖାଦ୍ୟ ପରସିଲେ କଞ୍ଚଣା ପଞ୍ଚାୟତ ପ୍ରତିନିଧି

ଅସହାୟଙ୍କୁ ଖାଦ୍ୟ ପରସିଲେ କଞ୍ଚଣା ପଞ୍ଚାୟତ ପ୍ରତିନିଧି

341
ADVERTISEMENT

କୋଦଳା,୨ା୪ ( ସୂର୍ଯ୍ୟନାରାୟଣ ବଡୁ) :ବିଶ୍ୱ ମହାମାରୀ କରୋନା ର ପ୍ରତିରୋଧ ପାଇଁ ଲକଡାଉନ ସମୟରେ ଅସହାୟ ଓ ଭୋକିଲାଙ୍କ ପାଇଁ ଦେବଦୂତ ସାଜିଛନ୍ତି କଞ୍ଚଣା ପଞ୍ଚାୟତ ପ୍ରତିନିଧି ।ଭୟାନକ କରୋନା ଭୂତାଣୁ ଭୟ ରେ ରାଜ୍ୟ ବାହାରୁ ଆସିଥିବା ୮୬ଜଣଙ୍କୁ ସ୍ଥାନୀୟ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ପରିସର ରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଭିତରେ ରଖି ସେମାନଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରିଛନ୍ତି ସମାଜସେବୀ ତଥା ସରପଞ୍ଚ ଚିତ୍ରସେନ ଘୋଷ ଓ ସମିତି ସଭ୍ୟ ମିଲିଘୋଷ ।ଶ୍ରୀ ଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠି ଓ ସମାଜ ସେବୀ କେଦାର ନାଥ ସାହୁଙ୍କ ତତ୍ଵାବଧାନ ରେ ବିଭିନ୍ନ ରାଜ୍ୟ ରୁ ଆସିଥିବା ୮୬ଜଣ ଓ ଗରିବ ଅସହାୟ ଙ୍କୁ ମିଶାଇ ପ୍ରତ୍ୟକ ଦିନ ୨00ରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ସହ ସମସ୍ତ ପ୍ରକାର ସୁବିଧା ଦିଆଯାଇଛି ।ସରପଞ୍ଚଙ୍କ ନେତ୍ରୁତ୍ଵରେ ସରକାରଙ୍କ ନିୟମ ଅନୁଯାଇ ଯୋଗ୍ୟ ବିବେଚିତ ଉପଭୋକ୍ତାଙ୍କ ଘର ଘର ବୁଲି ଚାରି ମାସର ଭତ୍ତା ପ୍ରଦାନ କରିଛନ୍ତି । ଏହାକୁ ନେଇ ପୁରା ପଞ୍ଚାୟତ ଵାସି ସରପଞ୍ଚଙ୍କ କାର୍ଯ୍ୟରେ ଖୁଶୀବ୍ୟକ୍ତ କରିଛନ୍ତି । ମଙ୍ଗଳବାର ରାତ୍ରରେ ଜଣେ ବ୍ୟକ୍ତି ଅକସ୍ମାତ ଶ୍ଵାସକ୍ରିୟା ରେ ବାଧା ଶ୍ରୁସ୍ଟି ହେବାରୁ ୧୦୪ଅ।ମ୍ବୁଲାନ୍ସ କୁ ଫୋନ କରାଯାଇଥିଲା । କିନ୍ତୁ ଆମ୍ବୁଲାନ୍ସ ଆସିନଥିଲା । ବାଧ୍ୟହୋଇ ସରପଞ୍ଚ ନିଜ ଗାଡିରେ ଉକ୍ତ ବ୍ୟକ୍ତିଙ୍କୁ ନିଜ ଗାଡିରେ ଧରି ଖଲିକୋଟ ମେଡିକାଲ ନେଇ ଚିକିତ୍ସା କରାଇ ଫେରିଥିଲେ । ଏଥିପ୍ରତି ଉଚ୍ଚ କର୍ତ୍ୟୁପକ୍ଷ ଗୁରୁତ୍ଵ ଦେବାକୁ ପଞ୍ଚାୟତ ବାସୀଙ୍କ ନିବେଦନ କରିଛନ୍ତି ।

Advertisement