ପାରଳାଖେମୁଣ୍ଡି,୨ା୪ ( ପ୍ରଭାତ କୁମାର ପାତ୍ର) : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ବି. ସୀତାପୁର ଗ୍ରାମରେ କରୋନା ସଂକ୍ରାମଣତା ଠାରୁ କିପରି ଦୂରରେ ରହିବାକୁ ହେବ ସେଥିପାଇଁ ଗ୍ରାମରେ ଅଙ୍ଗନବାଡି, ଆଶା ଓ ମହିଳା ମଣ୍ଡଳୀ ପକ୍ଷରୁ ପ୍ରତେକ ଦିନ ବିଭିନ୍ନ ସଚେତନତା ମୁଳକ କାର୍ଯ୍ୟକ୍ରମ ସବୁ କରାଯାଉଛି । ସମଗ୍ର ଦେଶରେ କରୋନା ଭୂତାଣୁକୁ କଡା ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍-ଡାଉନ ଘୋଷଣା କରାଯାଇଛି। ସେହି ଦିନ ଠାରୁ ବି. ସୀତାପୁର ଗ୍ରାମରେ ମଧ୍ୟ ଲକ୍-ଡାଉନ ସମ୍ମାନରେ ପାଳନ କରାଯାଉଛି। ଗ୍ରାମର ପ୍ରବେଶ ପଥରେ ମା’ଭବାନୀ ମିଶନ ଶକ୍ତି ମହିଳା ମଣ୍ଡଳୀର ସମସ୍ତେ ମିଶି ବାଡ ପକାଇ ରାସ୍ତା ବନ୍ଧ କରିଛନ୍ତି। ବାହାରୁ କାହାରିକୁ ଭିତରକୁ ଛଡା ଯାଉନାହିଁ। ବାହାରୁ ଯେ କହି ଭିତରକୁ ଆସିଲେ ସାବୁନ କିମ୍ବା ହେଣ୍ଡ ୱାସ ଦ୍ୱାରା ହାତ ଧୋଇବା ପରେ ହିଁ ଅନୁମତି ଦିଆ ଯାଉଛି ବୋଲି ମା’ଭବାନୀ ମହିଳା ଶକ୍ତି ମଣ୍ଡଳିର ସଭାନେତ୍ରୀ କହିଥିଲେ। ଗ୍ରାମରେ ଅଭିନବ ଉପାୟରେ ଅଙ୍ଗନବାଡି ଓ ଆଶା କର୍ମୀ ମାନେ ମିଶି କରୋନା ସଂକ୍ରମଣ ଠାରୁ ନିଜକୁ ସଚେତନ ଓ ସତର୍କ ହୋଇ କିଭଳି ସୁରକ୍ଷିତ ରହିବ ସେ ସମ୍ପର୍କରେ ଗ୍ରାମରେ ଘଣ୍ଟ ପିଡି ଗ୍ରାମବାସୀଙ୍କୁ ସଚେତନ କରାଇବା ପରେ ଲକ୍-ଡାଉନ ସମ଼ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ନୀୟମାବଳୀକୁ ନିଶ୍ଚିତ ଭାବେ ପାଳନ କରିବା ପାଇଁ ରାଣ ପକାଇ ଶପଥ କରାଇଥିଲେ। ପରେ ଗ୍ରାମବାସୀଙ୍କୁ ସାବୁନ ଓ ହେଣ୍ଡ ୱସରେ ହାତ କିପରି ଏବଂ କେତେ ସମୟ ଧୋଇବା ତାହା ଦେଖାଇ ବୁଝାଇଥିଲେ। ଗ୍ରାମର ମା’ଭବାନୀ ମହିଳା ମଣ୍ଡଳିର ଏକ ଦଳ ବାହାରି ଗ୍ରାମର ଘର ଘର ବୁଲି ସମସ୍ତଙ୍କୁ କରୋନା ଭାଇରସ ଠାରୁ କିପରି ଦୂରରେ ରହିବାକୁ ହେବ ତାହା ବୁଝାଇଥିଲେ। ଗ୍ରାମରେ ଥିବା ପ୍ରସୂତି ଓ ଗଭବତି ମହିଳା ମାନଙ୍କୁ ଛତୁଆ ବଣ୍ଡନକରି କରୋନା ଉପରେ ସଚେତନ କରିବା ସହ କରୋନା ପାଇଁ ଲକ୍-ଡାଉନ ଘୋଷଣା ଯୋଗୁଁ ଗ୍ରାମରେ ବନ୍ଧ ରହିଥିବା ଅଙ୍ଗନବାଡି ସ୍କୁଲର ୩ ବର୍ଷରୁ ୬ ବର୍ଷ ବୟସର ପିଲାମାନଙ୍କୁ ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା, ମିନି ୱାକର କେ. ବିଜୟ ଲକ୍ଷ୍ମୀ , ହେଲପର ପଦ୍ମାବତୀ ପ୍ରଧାନ ଏବଂ ଆଶା କର୍ମୀ ଏନ ତ୍ରିବେଣୀ ପ୍ରମୁଖ ନିୟମାବଳୀ ମେନୁ ଅନୁସାରେ ୨୫ ଦିନର ଚାଉଳ ,ଡାଲି, ଅଣ୍ଡା ଓ ଆଳୁ ପ୍ରଭୃତି ଯାଞ୍ଚ କମିଟିର ଏନ. ଜଗନ୍ନାଥ ରାଓଙ୍କ ପ୍ରତେକ୍ଷ ତତ୍ଵାବଧାନରେ ଘର ଘର ଯାଇ ପିଲାମାନଙ୍କ ଅଭିଭାବକ ମାନଙ୍କୁ ଦିଆ ଯାଇଥିଲା। କରୋନା ଭାଇରସ ସଂକ୍ରାମଣତାକୂ ରୋକିବା ପାଇଁ ଏବଂ ସୁରକ୍ଷିତ ରଖିବା ପାଇଁ ସରକାରଙ୍କ ପକ୍ଷରୁ ଲକ-ଡାଉନ ଘୋଷଣା ହେବା ପରେ ଗ୍ରାମଟି ସମ୍ପୂର୍ଣ୍ଣ ଭାବେ ଶୂନଶାନ ହୋଇ ପଡିଛି।


















