Thursday, November 5, 2026
ADVERTISEMENT
Home ଆଞ୍ଚଳିକ ମଧ୍ୟାହ୍ନ ଭୋଜନ ପାଇଁ ଟୋକେନ ବଣ୍ଟନ

ମଧ୍ୟାହ୍ନ ଭୋଜନ ପାଇଁ ଟୋକେନ ବଣ୍ଟନ

297
ADVERTISEMENT

ବ୍ରହ୍ମପୁର,୨ା୪ (ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ୨୬ଗୋଟି ପଞ୍ଚାୟତରେ ରହିଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟ,ପ୍ରକଳ୍ପ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନ ପରିବର୍ତ୍ତେ ଶୁଖିଲା ଖାଦ୍ୟ ପାଇଁ ଟୋକେନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନିଆ ଟୋକେନ ବଣ୍ଟନ କାର୍ଯ୍ୟକ୍ରମରେ ଶିକ୍ଷକ ମାନେ ସପୃକ୍ତ ସ୍କୁଲ ଗୁଡିକରେ ପାଠପଡୁଥିବା ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ ମାନଙ୍କ ଘରୁକୁ ଯାଇ ଟୋକେନ ପ୍ରଦାନ କରିଥିଲେ।
ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶ ପ୍ରକାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ମାସକୁ ୩କିଲୋଗ୍ରାମ ଅନୁସାରେ ତିନି ମାସର ୯ କିଲୋଗ୍ରାମ ସେହିପରି ଷଷ୍ଠ ଠାରୁ ଅଷ୍ଟମ ଶ୍ରେଣୀ ଯାଏଁ ମାସକୁ ୪.୫କିଲୋଗ୍ରାମ ହିସାବରେ ୩ମାସର୧୩.୫କିଲୋଗ୍ରାମ ଚାଉଳ ପ୍ରଦାନ ନିମନ୍ତେ ଟୋକେନ ବଣ୍ଟନ କରାଯାଇଥିଲା ।ଏହି ଟୋକେନ ଦେଖାଇ ସପୃକ୍ତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରୁ ଅଭିଭାବକମାନେ ଚାଉଳ ନେଇ ପାରିବେ ।

Advertisement