କୁକୁଡାଖଣ୍ଡି, ୩୧/୦୩ (ଇ.ରଞ୍ଜନ) : କୋରୋନା ଦାଉରୁ ରକ୍ଷା ପାଇବା ପାଇଁ ସାରା ବିଶ୍ୱରେ ଶୁଭୁଚି ତ୍ରାହି ତ୍ରାହିର ସ୍ୱର I କରୋନାକୁ ସମୂଳେ ନାଶ କରିବା ପାଇଁ ବ୍ୟବସାୟୀ ଠାରୁ ନେତା ଅଭିନେତା ଓ ପ୍ରଶାସକ ସମସ୍ତେ ହାତ ବଢ଼ାଇଛନ୍ତି I ଗ୍ରାମଞ୍ଚଳରେ ବର୍ତ୍ତମାନ ଦିନ ମଜୁରିଆ ଓ ଗରିବ ଗୁରୁବାଙ୍କ ସ୍ଥିତି ଦୟନିୟ ହେଲାଣି I
ଏହି କ୍ରମରେ ବର୍ତ୍ତମାନ ଗରିବ ଗୁରୁବାଙ୍କ ପାଇଁ ହର୍ତ୍ତାକର୍ତା ପାଲଟିଛନ୍ତି କୁକୁଡାଖଣ୍ଡି ବ୍ଲକ ବାଲିପଡ଼ା ସମିତିସଭ୍ୟ ନିରଞ୍ଜନ ମହାନ୍ତି I ସମସ୍ତ ପଞ୍ଚାୟତରେ ଭତା ବଣ୍ଟନ ହେଉଥିବାବେଳେ କିଛି ଗରିବ ଲୋକ ସେଥିରୁ ବାଦ ପଡ଼ିଥିଲେ ଏବଂ ଦୀର୍ଘଦିନ ହେବ ଭୋକ ଉପାସରେ ରହିଥିବା ଜାଣିବାକୁ ପାଇଁ ନୂଆ ବାଇଗଣବାଡ଼ି ଅଞ୍ଚଳର ଚନ୍ଦ୍ରମା ନାୟକ, ଗୌରୀ ନାୟକ ଏବଂ ଦମୟନ୍ତୀ ନାୟକଙ୍କ ପରିବାରକୁ୧000ଟଙ୍କା ସହାୟତା ରାଶି ପ୍ରଦାନ କରିବା ସହ ଖାଇବା ବ୍ୟବସ୍ଥା କରିଥିଲେ I
ଏବଂ ସରପଞ୍ଚ ଉମା ଶଙ୍କର ସାମଲ ସମେତ ଶ୍ରୀ ମହାନ୍ତି ମିଶି ବାଲିପଡ଼ା ପଞ୍ଚାୟତର ଦୁଖୀ ବାସହୀନ ଲୋକମାନଙ୍କୁ ପ୍ରତେକ ଦିନ ସନ୍ଧ୍ୟାରେ ବିସ୍କୁଟ ଏବଂ ଖାଇବାକୁ ଦେଉଥିବାବେଳେ ନିକଟସ୍ଥ ଅନୁଷ୍ଠାନ ଗୁଡିକରେ ରହିବାର ବ୍ୟବସ୍ଥା ମଧ୍ୟ ଦୁଇ ଜନପ୍ରତିନିଧି ମିଶି କରୁଥିବା ଦେଖିବାକୁ ମିଳୁଛି I


















