Friday, November 6, 2026
ADVERTISEMENT
Home ଆଞ୍ଚଳିକ ଜନଗହଳି ସ୍ଥାନକୁ କରାଯିବ ସାନିଟାଇଜ : ନିର୍ବାହୀ ଅଧିକାରୀ

ଜନଗହଳି ସ୍ଥାନକୁ କରାଯିବ ସାନିଟାଇଜ : ନିର୍ବାହୀ ଅଧିକାରୀ

374
ADVERTISEMENT

ହିଞ୍ଜିଳିକାଟୁ,୩୧ା୩,( ଶେଷଦେବ ସାହୁ): କରୋନା ଭୁତାଣୁ ମହାମାରୀର ରୂପ ନେଇଥିବା ବେଳେ ଏହାର ମୁକାବିଲା ସକାଶେ ସ୍ଥାନୀୟ ପୌରାଂଚଳର ପରିମଳ ବ୍ୟବସ୍ଥା ଠିକ୍ କରାଯିବା ସହ ପୌରାଂଚଳକୁ ସାନିଟାଇଜ କରାଯିବ ବୋଲି ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ପୌରାଂଚଳର ଜନଗହଳି ପୁର୍ଣ୍ଣ ଅଂଚଳ ଭାବେ ପରିଗଣିତ ପରିବା ବଜାର, ଜାତୀୟ ରାଜପଥ ପ୍ୱାଶ୍ୱର୍, ଲକ୍ଷ୍ମୀ ବଜାର, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସର ଅଂଚଳକୁ ସାନିଟାଇଜ କରାଯିବ ଓ ପରବର୍ତି ସମୟରେ ପୌରାଂଚଳର ସମସ୍ତ ଏରିଆକୁ ସାନିଟାଇଜ କରାଯିବ ବୋଲି ନିର୍ବାହୀ ଅଧିକାରୀ ସାହୁ କହିଛନ୍ତି । ଓଡ଼ିଶାରେ କରୋନା ସଂକ୍ରମଣରେ ୩ୟ ବ୍ୟକ୍ତି ଚିହ୍ନଟ ପରେ ଭବିଷ୍ୟତରେ ସଂକ୍ରମଣକାରୀଙ୍କ ସଂଖ୍ୟା ବଢିଯିବାର ସମ୍ଭାବନା ରହିଥିବା ବେଳେ ସମସ୍ତ ଜନସାଧାରଣ ଅଧିକ ସଚେତନ ହେବା ଆବଶ୍ୟକ ଏବଂ ଲକ୍ଡ଼ାଉନକୁ ଅଧିକ କଡ଼ାକଡ଼ି କରାଯିବ ବୋଲି କହିଛନ୍ତି । ଜନ ସଚେତନ ସହ ସାମାଜି୍କ ଦୁରତ୍ୱ ରକ୍ଷା କରିବା ସକାଶେ ସ୍ଥାନୀୟ ପ୍ରଶାସନ ପକ୍ଷରୁୂ ପୌରାଂଚଳବାସୀଙ୍କୁ ବାରମ୍ବାର ଅନୁରୋଧ କରାଯାଉଥିବା ବେଳେ ମଧ୍ୟ ଲୋକେ ଏହାକୁ ସହଜରେ ଗ୍ରହଣ କରୁନଥିବା ଦେଖାଦେଇଛି । ବିଶେଷ କରି ଜନସାଧାରଣ ବଜାର ସଉଦା କରିବା ସମୟରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଉନଥିବା ପରିଲିକ୍ଷିତ ହେଉଛି ।

Advertisement