Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଅଜଣା ଅସହାୟ ବୃଦ୍ଧ ନିମଖଣ୍ଡି ସରପଞ୍ଚ ଓ ବିଡ଼ିଓଙ୍କ ସେବାପରେ ଗାଡିରେ ଜରାନିବାସ ଯାତ୍ରା

ଅଜଣା ଅସହାୟ ବୃଦ୍ଧ ନିମଖଣ୍ଡି ସରପଞ୍ଚ ଓ ବିଡ଼ିଓଙ୍କ ସେବାପରେ ଗାଡିରେ ଜରାନିବାସ ଯାତ୍ରା

564
ADVERTISEMENT

କୁକୁଡ଼ାଖଣ୍ଡି,୩୧ା୩,( ଇ.ରଞ୍ଜନ): ସାରା ରାଜ୍ୟରେ କରୋନା ଚିନ୍ତା ବୃଦ୍ଧିପାଉଥିବା ବେଳେ ଲକଡାଉନ ସମୟରେ ବାହାରୁ ଆସିଥିବା ଲୋକଙ୍କୁ ଥଇଥାନ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର ପକ୍ଷରୁ ଜିଲ୍ଲାପ୍ରଶାସନକୁ ନିର୍ଦେଶ ଦେଉଥିବା ବେଳେ ରବିବାର ସନ୍ଧ୍ୟାରୁ ଜଣେ ଅସହାୟ ମହିଳା ବୃଦ୍ଧଙ୍କ ବାଟଚି଼ହ୍ନଟ ନକରିପାରି ଚାଲି ଚାଲି ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ପଞ୍ଚାୟତରେ ପହଂଚିଥିଲେ l ସରପଞ୍ଚ ପ୍ରଦୀପ ବେହେରା ଉକ୍ତ ଅସହାୟ ବୃଦ୍ଧଙ୍କୁ ନେଇ ଖାଇବା ଦେବା ସହ ରହିବା ବନ୍ଦବସ୍ତ କରି ସଠିକ ସେବା ଯୋଗାଇ ଦେବାପରେ ସୋମବାର ବ୍ଲକକୁ ଅବଗତ କରିବାପରେ ସନ୍ଧ୍ୟାରେ ବିଡ଼ିଓ ଗଦାଧର ପାତ୍ର ପହଂଚି ବୃଦ୍ଧଙ୍କ ପରିଚୟ ବୁଝିବାରୁ ବୃଦ୍ଧଜଣକ ଜୋଡlୟତ କଣ୍ଠରୁ ନିଜ ନାମଆମ୍ନା ଵିବି, ସ୍ୱା – ଆବାସ୍ ଖାନ୍ ମୁସଲିମ୍ ମହିଳା ବ୍ୟକ୍ତି ବୋଲି ଜଣାପଡିଛି ସେ ରାଜ୍ୟବାହାରୁ ଆସିଥିବା ସହ ହିନ୍ଦୀକହୁଥିବାରୁ ବୃଦ୍ଧଙ୍କୁ ହିଞ୍ଜିଳି ବ୍ଲକର ଗଣ୍ଡଳl ପଞ୍ଚାୟତର ସାଇରାମ ନାମକ ସରକାରୀ ପଞ୍ଜିକୃତ ଜରାଶ୍ରମସଂସ୍ଥାକୁ ବିଡ଼ିଓ ଅବଗତ କରି ସେମାନଙ୍କୁ ଡକାଇ ବୃଦ୍ଧଜଣଙ୍କୁ ପଞ୍ଜିକରଣ କରି ବିଡ଼ିଓ ନିଜେ ସରକାରୀ ଗାଡି ସାହାଯ୍ୟରେ ମହିଳାବୃଦ୍ଧଙ୍କୁ ନେଇ ଆଶ୍ରମ ଯାତ୍ରା କରିଥିଲେ l

Advertisement