ବ୍ରହ୍ମପୁର ,୩୧ା୩,(ଗୁରୁପ୍ରସାଦ ପଟନାୟକ) : ଲକ୍ଡାଉନ ପରେ ବହୁ ଗରିବ ନିଃସହାୟ ଦୁଇଓଳି ଦୁଇମୁଠା ଖାଇବାକୁ ପାଉ ନାହାନ୍ତି। କୌଣସି ଲୋକ ଭୋକ ଉପାସରେ ଯେପରି ନ ରୁହନ୍ତୁ ବୋଲି ଲୋଚପଡ଼ା ଗ୍ରାମର ଯୁବ ଗୋଷ୍ଠୀ ତରଫରୁ ରବିବାର ଦିନ ସମଗ୍ର ବ୍ରହ୍ମପୁରରେ ବୁଲି ବୁଲି ପ୍ରାୟ ୧୮୦ ରୁ ୨୦୦ ଲୋକଙ୍କୁ ଭାତ,ଡାଲି ଘାଣ୍ଟ ତରକାରୀ ଏବଂ ପାନୀୟ ଜଳ ବଣ୍ଟନ କରିଥିଲେ । ଏଥିରେ ଦିପୁ ବେହେରା, ସୁନିଲ ସାହୁ,କାଳିଆ ସାହୁ,ମିଲୁ ସାହୁ,ଚିଙ୍କୁ ସାହୁ,ତୋଫାନ ସାହୁ, ବବୁଲୁ ସାହୁ, ଜଗା ସାହୁ,ଚନ୍ଦନ ଡାକୁଆ, ଶାନ୍ତୁନୁ ତ୍ରିପାଠୀ, ବିନାୟକ ସାବତ ଓ ସମାଜସେବୀ ତଥା ସାମ୍ବାଦିକ ଗୁରୁ ପ୍ରସାଦ ପଟ୍ଟନାୟକଙ୍କ ସହଯୋଗରେ ନିଃସହାୟମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଗଲା ।



















