Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଦଣ୍ଡୁଆ ମାନଙ୍କୁ ତାଗିଦ୍ କଲେ ତହସିଲଦାର

ଦଣ୍ଡୁଆ ମାନଙ୍କୁ ତାଗିଦ୍ କଲେ ତହସିଲଦାର

444
ADVERTISEMENT

କୋଦଳା,୩୧ା୩,(ସୂର୍ଯ୍ୟନାରାୟଣ ବଡୁ) : କରୋନା ପାଇଁ ଲକ୍ ଡାଉନ୍ ଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ଯ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି । ଏପରିସ୍ଥଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବୁରୁଝରି ପଞ୍ଚାୟତର ନୂଆଗାଁ ସ୍ଥିତ ମା ଦଣ୍ଡକାଳିଙ୍କ କିଛି ଭକ୍ତ ‘ମା’ ଙ୍କ ପୂଜାର୍ଚ୍ଚନା ନିମେନ୍ତ ନିକଟସ୍ଥ ପୋଖରିକୁ ଆସି ପୂଜାର୍ଚ୍ଚନା କରୁଥିବା ସମୟରେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ସମେତ କୋଦଳା ଥାନାର ଏସ୍ ଆଇ ଅନିଲ କୁମାର ସାହୁ ଓ ଅନ୍ୟ ମାନେ ସେଠାରେ ପହଞ୍ଚିଥିଲେ । ସେହି ପୋଖରି ପାଖରେ ଅଟକି ଦଣ୍ଡୁଆ ମାନଙ୍କୁ ସରକାରଙ୍କ ନିୟମ ବିଷୟରେ ସୂଚନା ଦେବା ସହ କରୋନା ଭାଇରସର ଭୟାଭୟତା ବିଷୟରେ ବୁଝାଇ ଥିଲେ । କେବଳ ମାଙ୍କ ରୀତିନୀତି ଜଣେ କିମ୍ବା ଦୁଇ ଜଣ ମନ୍ଦିର ନିକଟରେ କରିବା ପାଇଁ କହିଥିଲେ । ଯଦି ଏହି ନିୟମକୁ ଉଲ୍ଳଘଂନ କରିବେ ତାହା ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ତହସିଲଦାର ତାଗିଦ୍ କରିଥିଲେ ।

Advertisement