Saturday, October 10, 2026
ADVERTISEMENT
Home ଆଞ୍ଚଳିକ ପାରଳାଖେମୁଣ୍ଡିରେ ହେବ କୋଭିଡ୍-୧୯ ସ୍ବତନ୍ତ୍ର ଚିକିତ୍ସାଳୟ

ପାରଳାଖେମୁଣ୍ଡିରେ ହେବ କୋଭିଡ୍-୧୯ ସ୍ବତନ୍ତ୍ର ଚିକିତ୍ସାଳୟ

294
ADVERTISEMENT

ପାରଳାଖେମୁଣ୍ଡି,୩୧ା୩,(ପ୍ରଭାତ କୁମାର ପାତ୍ର) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ରାଜ୍ୟ ସରକାରଙ୍କ ନିଦ୍ଦେର୍ଶ କ୍ରମେ ହାଇଟେକ୍ ଦ୍ୱାରା ଶହେ ଶଯ୍ୟା ବିଶିଷ୍ଟ କୋଭିଡ୍-୧୯ ସ୍ୱତନ୍ତ୍ର ଚିକିତ୍ସାଳୟ ଅତି ଶିଘ୍ର ଆରମ୍ଭ ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ନିଦ୍ଦେର୍ଶ କ୍ରମେ ହାଇଟେକ୍ ମେଡିକାଲ କଲେଜ ସହ ଚୁକ୍ତିନାମା ଦ୍ୱାରା ସ୍ୱତନ୍ତ୍ର କୋଭିଡ୍-୧୯ ଚିକିତ୍ସାଳୟ ଗଜପତି ଜିଲ୍ଲାରେ କରୋନାକୁ ପ୍ରତାହାର କରିବା ପାଇଁ ଓ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତିଷ୍ଠା ହେବ। ଏହା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ସିୟୁଟିଏମର ଭାରତମାତା ଛାତ୍ରବାସରେ ଅସ୍ଥାୟୀ ଭାବେ ଭାବେ ଆରମ୍ଭ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି। ହାଇଟେକ୍ ଦ୍ୱାରା ସମସ୍ତ ଯନ୍ତ୍ରପାତି, ସମସ୍ତ ଉପକରଣ, ଶଯ୍ୟା ରବିବାର ଦିନ ଠାରୁ ଭୁବନେଶ୍ୱର ଅଣାଯାଇ ଶହେ ଶଯ୍ୟା ବିଶିଷ୍ଟ କୋଭିଡ୍-୧୯ ସ୍ୱତନ୍ତ୍ର ଚିକିତ୍ସାଳୟ ଅତି ଚଞ୍ଚଳ ଆରମ୍ଭ ହେବାକୁ ପ୍ରସ୍ତୁତ ଚାଲିଛି ବୋଲି ଗଜପତି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି। ଭୁବନେଶ୍ବର ହାଇଟେକ୍ ମେଡିକାଲ କଲେଜରୁ ଏବଂ ସରକାରଙ୍କ ଦ୍ବାରା ପ୍ରେରିତ ୪୦ ଜଣ ଅଭିଞ ଡାକ୍ତରଙ୍କ ସହ ଆବଶ୍ୟକ ସମସ୍ତ ଟେକନିସିଆନ ଏବଂ ସ୍ବାସ୍ଥ୍ୟ ସେବାର ସହାୟକ ହେଉଥିବା ସମସ୍ତ କର୍ମଚାରୀ ଅତି ତୁରନ୍ତ ଏଠାକୁ ଆସିବା ସ୍ଥିର ହୋଇଥିବା ମଧ୍ଯ ସୂଚନା ଦେଇଛନ୍ତି। ଏହି ଚିକିତ୍ସାଳୟ ଅସ୍ଥାୟୀ ଭାବେ ଚାଲିବା ପାଇଁ ନିଷ୍ପତି ନିଆଯାଇଛି। ଏହି କୋଭିଡ୍-୧୯ ଚିକିତ୍ସାଳୟକୁ ଆଥିକ ଅନୁଦାନ ସି.ଏମ.ଆର ଯୋଜନାରେ ଓଡିଶାର ଏକ ଶିଳ୍ପ ଅନୁଷ୍ଠାନ ଦାନ କରିବ। ଏହି ଶହେ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ଚିକିତ୍ସାଳୟ କୋଭିଡ୍-୧୯ ପିଜିଟିଭି ବ୍ୟକ୍ତି ମାନଙ୍କୁ ସଙ୍ଗରୋଧ ଭାବେ ରୋକିବା ଉଦ୍ଧେଶ୍ୟରେ ଲୋକଙ୍କ ସ୍ବାସ୍ଥ୍ୟସେବା ପାଇଁ କାର୍ଯ୍ୟ କରିବ ଅତି ତୁରନ୍ତ ଗଜପତି ଜିଲ୍ଲା ବାସୀ କରୋନା କବଳରୁ ମୁକ୍ତି ପାଇବା ପାଇଁ ସରକାର ନିଦ୍ଦେର୍ଶ କ୍ରମେ ଏହି ଚିକିତ୍ସାଳୟ କାର୍ଯ୍ୟ ଆରମ୍ଭ କରିବ ବୋଲି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି।

Advertisement