Thursday, November 5, 2026
ADVERTISEMENT
Home ଆଞ୍ଚଳିକ ପ୍ରଧାନ ଶିକ୍ଷକଙ୍କ ମନମାନି : ବିଦ୍ୟାଳୟ ପରିସରରେ ଅଭିଭାବକ ମେଳି , ତହସିଲଦାରଙ୍କ ଦ୍ଵାରା ପ୍ରଧାନଶିକ୍ଷକ...

ପ୍ରଧାନ ଶିକ୍ଷକଙ୍କ ମନମାନି : ବିଦ୍ୟାଳୟ ପରିସରରେ ଅଭିଭାବକ ମେଳି , ତହସିଲଦାରଙ୍କ ଦ୍ଵାରା ପ୍ରଧାନଶିକ୍ଷକ ଅଟକ

310
ADVERTISEMENT

କୋଦଳା,୩୧ା୩,(ସୂର୍ଯ୍ୟନାରାୟଣ ବଡୁ) : ବିଶ୍ୱ ମହାମାରୀ କରୋନା ଭାଇରସକୁ ନେଇ ଦେଶବାସୀ ଭୟରେ ଥରହର । ଏହାକୁ ନେଇ ସାରା ଦେଶକୁ ପ୍ରଧାନମନ୍ତ୍ରୀ ତାଲା ବନ୍ଦ ଭଳି ଗୁରୁତ୍ଵ ପୁର୍ଣ୍ଣ ନିଷ୍ପତି ନେଇ ଜନସାଧାରଣଙ୍କୁ ଘରୁ ନ ବାହାରିବା ପାଇଁ ପ୍ରତ୍ୟକ ପରିବାରକୁ ଶପଥ ପାଠ କରାଇଛନ୍ତି । ଅଙ୍ଗନବାଡି ଓ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ସେମାନଙ୍କ ଖାଦ୍ୟ ବାବଦକୁ ଶୁଖିଲା ଖାଦ୍ୟ ବା ଟୋକେନ ଦେବାକୁ ବ୍ୟବସ୍ଥା କରିଛନ୍ତି ।କିନ୍ତୁ ସୋମବାର କୋଦଳା ନୋଡାଲ ଉଚ ବିଦ୍ୟାଳୟ ପରିସରରେ ଖାଦ୍ୟ ଟୋକେନ ପାଇବା ପାଇଁ ଧାଡିବାନ୍ଧି ଛାତ୍ର ଛାତ୍ରୀ ଓ ଅଭିଭାବକ ଛିଡା ହୋଇଥିବା ସମୟରେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ସେଠାରେ ପହଞ୍ଚି ଅଭିଭାବକଙ୍କୁ ଏଠାକୁ କାହିଁକି ଆସିଛ, ଶିକ୍ଷକ ଆପଣଙ୍କ ଘରକୁ ଯାଇ ଟୋକେନ ଦେବେ ବୋଲି କହିବା ସମୟରେ ଅଭିଭାବକ ମାନେ କହିଥିଲେ ସେମାନଙ୍କୁ ପ୍ରଧାନ ଶିକ୍ଷକ ସେମାନଙ୍କୁ ଡାକିଛନ୍ତି ବୋଲି। ଏଥିରେ ଉତକ୍ଷିପ୍ତ ହୋଇ ତହସିଲଦାର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ପ୍ରଧାନଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।ଏ ବିଷୟ କୁ ପ୍ରଧାନଶିକ୍ଷକଙ୍କ ମତାମତ ପଚାରିବ।ରୁ ସେ କହିଥିଲେ ଯେ ଗଞ୍ଜାମ ଜିଲ୍ଲାପାଳ ପ୍ରତ୍ୟକ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ଟୋକେନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କିନ୍ତୁ ଚାରି ପାଞ୍ଚ ଜଣ ପିଲା ଚାଲିଆସିଲେ ତ ଦେଇଦେଲି କିନ୍ତୁ ଦୁଇଶହ ଲୋକଙ୍କ ଗହଳି ଦେଖାଦେଇଥିଲା । ସରକାର ଏତେ ସଚେତନ ଓ ସତର୍କତା ଅବଲମ୍ବନ କରିଥିବା ବେଳେ ପ୍ରଧାନଶିକ୍ଷକ ଙ୍କ ଏ ମନମାନି କାହା ଆଶୀର୍ବାଦରେ ବୋଲି ସାଧାରଣରେ ଚର୍ଚ୍ଚା ।ପରିଚାଳନା କମିଟି ସଭାପତି ମାଗୁଣୀ ସେଠୀଙ୍କ ମତାମତ ଅନୁଯାଇ ପ୍ରଧାନ ଶିକ୍ଷକ ଯୋଗଦେଲା ପରେ ପରିଚାଳନା କମିଟି ସହିତ କୌଣଷି ବିଚାର ବିମର୍ଷ ନ କରି ମନଇଚ୍ଛା କାର୍ଯ୍ୟ କରୁଛନ୍ତି ।ବହୁ ପୁରୁଣା ବିଦ୍ୟାଳୟ ପାଚେରକୁ ବିନା ଆଲୋଚନାରେ ଭାଙ୍ଗିଦେଇଛନ୍ତି । ପଚାରିଲେ ସଠିକ ଉତ୍ତର ଦେଉନାହାନ୍ତି ।ଛାତ୍ରଛାତ୍ରୀଙ୍କୁ ଘରେ ଟୋକେନ ନ ଦେଇ ଏଠାକୁ କାହିଁକି ଡାକିଛନ୍ତି ବୋଲି ପଚାରିବାରୁ ମଧ୍ୟ ସେ କିଛି ନିର୍ଦ୍ଦିଷ୍ଟ ଉତ୍ତର ଦେଉନାହାନ୍ତି । ଅନ୍ୟ ସଭ୍ୟ ସଭ୍ୟା ମଧ୍ୟ ଏଥିରେ ଅସନ୍ତୁଷ୍ଟ ଥିବା କହିଛନ୍ତି ।ଘରୁ ବାହାରିବାକୁ ଇଚ୍ଛା ନ ଥିଲେ ବି ଆଉ ଖାଦ୍ୟ ମିଳିବନି ଭାବି ପ୍ରଧାନଶିକ୍ଷକଙ୍କ ଡାକରାରେ ଅଭିଭାବକ ବିଦ୍ୟାଳୟ ଆସିଥିବା ପ୍ରକାଶ କରିଛନ୍ତି ।ସବୁଠାରୁ ଗୁରୁତ୍ଵପୂର୍ଣ କଥାହେଉଛି ପରିବେଶ ପରିଛନ୍ନ ରଖିବା ବର୍ତ୍ତମାନ ପରିବେଶ ଯାହା ଦେଖିଲେ ଯେ କେହି ଜାଣିପାରିବେ । ବିଦ୍ୟାଳୟ ଚାଲୁଥିବା ବେଳେ ଛାତ୍ରୀମାନଙ୍କ ଦ୍ଵାରା ସଫା କରାଯାଉଛି ବୋଲି ଅଭିଯୋଗ ହୋଇଛି ।ବିଦ୍ୟାଳୟ ପରିବେଶ ପୁରା ଅଳିଆ ଅବର୍ଜନା ରେ ଭର୍ତ୍ତି ହୋଇ ରହିଛି ।ପ୍ରଶାସନ ବିଦ୍ୟାଳୟ ପ୍ରତି ଦ୍ରୁଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି ।ଆଜିର ଏହି ଚଢାଉରେ ତହସିଲଦାର ସମେତ କୋଦଳା ଥାନା ସବଇନିସପେକ୍ଟର ଅନୀଲ କୁମାର ସାହୁ ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

Advertisement