Friday, November 6, 2026
ADVERTISEMENT
Home ଆଞ୍ଚଳିକ ମୁମ୍ବାଇରେ ଫସିରହିଛନ୍ତି ୫୦୦୦ରୁ ଉର୍ଦ୍ଧ୍ବ ଓଡ଼ିଆ ଦାଦନ ଶ୍ରମିକ ଉଦ୍ଧାର ପାଇଁ ଓଡ଼ିଶା ସରକାରଙ୍କୁ ନିବେଦନ

ମୁମ୍ବାଇରେ ଫସିରହିଛନ୍ତି ୫୦୦୦ରୁ ଉର୍ଦ୍ଧ୍ବ ଓଡ଼ିଆ ଦାଦନ ଶ୍ରମିକ ଉଦ୍ଧାର ପାଇଁ ଓଡ଼ିଶା ସରକାରଙ୍କୁ ନିବେଦନ

724
ADVERTISEMENT

ବ୍ରହ୍ମପୁର,୨୯ା୩(ସୁଦାମ ମହାରଣା ): ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଅଞ୍ଚଳର ପ୍ରାୟ ୫୦୦୦ରୁ ଉର୍ଦ୍ଧ୍ବ ଓଡ଼ିଆ ଶ୍ରମିକମାନେ ନିଜର ଭିଟାମାଟି ଛାଡି ପେଟପାଟଣା ପାଇଁ ସୁଦୂର ମୁମ୍ବାଇ ସ୍ଥିତ ମହୁଲ ଗାଁ ଚେମ୍ବୁରୁ ବିଭିନ୍ନ କମ୍ପାନୀ ରେ କାମ କରୁଛନ୍ତି ।ବର୍ତ୍ତମାନ ସେମାନେ ଗାଁ କୁ ଫେରିବା ପାଇଁ କେତେ ଚେଷ୍ଟା କଲେ ମଧ୍ୟ ଜନତା କର୍ଫ୍ୟୁ ଓ ଦେଶରେ ଲକ୍ ଡାଉନ ନିର୍ଦ୍ଦେଶ ଜାରି ହୋଇଥିବା ଯୋଗୁଁ ସେମାନେ ଫେରିପାରୁନାହାନ୍ତି ।ଖାଇବା ଓ ରହିବା ପାଇଁ ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହୋଉଥିବା ସେମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରକାଶ କରିଛନ୍ତି ।ସେମାନେ ମହାରାଷ୍ଟ୍ର ସରକାର ଓ ଓଡିଶା ସରକାରଙ୍କୁଗାଁ ଫେରିବା ପାଇଁ ଆକୁଳ ନିବେଦନ କରିଛନ୍ତି । କରୋନା କଟକଣା ଯୋଗୁଁ ସ୍ଥାନୀୟ ମେସରେ ରହିବା ଓ ଖାଇବା ପାଇଁ ନାହିଁ ନଥିବା ଅସୁବିଧା ଓ ମେସ ମାଲିକ ମାନେ ଅଧିକ ଅର୍ଥ ଦାବି କରୁଛନ୍ତି । ସେମାନଙ୍କ ଏଭଳି ଦୁର୍ଦ୍ଦିନ ସମୟରେ କିଛି ଓଡିଆ ସଙ୍ଗଠନ ପହଞ୍ଚି ସେମାନଙ୍କୁ ଧୈର୍ଯ୍ୟ ଦେବା ସହ ଶ୍ରୀ ପ୍ରଜାପତିମିତ୍ର ମଣ୍ଡଳର ଉପଦେଷ୍ଟା ସୂର୍ଯ୍ୟ ନାରାୟଣ ଗୌଡ ମହାରାଷ୍ଟ୍ର ସରକାର ଓ ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ,୫ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିୟାନ,ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସହିତ କଥାବାର୍ତ୍ତା କରିଥିଲେ।ଯେହେତୁ କରୋନା କଟକଣା ଯୋଗୁଁ ଯାତାୟତ ବନ୍ଦ ରହିଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଚିଠି ମାଧ୍ୟମରେ ଓଡ଼ିଶାର ସମସ୍ତ ଶ୍ରମିକ ମାନଙ୍କୁ ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି ।ଅନ୍ୟ ମାନଙ୍କ ମଧ୍ୟରେ ଅଲିସାହୁ,ଭାଣ୍ଡିନିରଞ୍ଜନ,ପିତାମ୍ବର ସ୍ବାଇଁ, ପ୍ରଫୁଲ୍ଲ ସାହୁ ସେଠାରେ ପହଞ୍ଚି ସହଯୋଗ କରିଥିଲେ ।

Advertisement