Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଶିଶୁ , ଗର୍ଭବତୀ ଓ ପ୍ରସୂତିଙ୍କ ଘର ଘରକୁ ଯାଇ ଖାଦ୍ୟ ପ୍ରଦାନ କଲେ...

ଶିଶୁ , ଗର୍ଭବତୀ ଓ ପ୍ରସୂତିଙ୍କ ଘର ଘରକୁ ଯାଇ ଖାଦ୍ୟ ପ୍ରଦାନ କଲେ ଅଙ୍ଗନବାଡି କର୍ମୀ

251
ADVERTISEMENT

କୋଦଳା,୨୯ା୩(ସୂଯ୍ୟନାରାୟଣ ବଡୁ): ମହାମାରୀ କରୋନା ଭୂତାଣୁ ଦାଉରୁ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତ୍ୟକ ଘର ଘର ବୁଲି ଲିଫ୍ଲେଟ ବାଣ୍ଟିବା ସହିତ ସଚେତନ ହେବାକୁ ପରାମର୍ଶ ଦେଉଥିବା ବେଳେ ଆଜି କୋଦଳା ସେକ୍ଟରର ଅଙ୍ଗନବାଡି କର୍ମୀ ଓ ସହାୟିକା ଯୋଗ୍ୟ ବିବେଚିତ ଶିଶୁ , ପ୍ରସୁତୀ ଓ ଗର୍ଭବତୀ ମହିଳାଙ୍କ ଘରକୁ ଯାଇ ଶୁଖିଲା ରନ୍ଧାଖାଦ୍ୟ ପରିବେଷଣ କରିଥିବା ଜଣାପଡ଼ିଛି। ଅଙ୍ଗନବାଡି କର୍ମୀ ସବିତା ପାଢ଼ୀ , ସହାୟିକା ସବିତା ସାହୁ , ଡେରାସାହି , ଦସବଖରା ସାହି ,ଗୋହିରୀନାଳ ସାହି ର ହିତାଧିକାରୀଙ୍କ ଘରକୁ ଯାଇ ଦୁଇ ସପ୍ତାହ ନିମନ୍ତେ ଶୁଖିଲାଖାଦ୍ୟ ଯଥା ଚାଉଳ , ଡାଲି , ପରିବା , ଅଣ୍ଡା ଓ ସକାଳ ଜଳଖିଆ ପାଇଁ ଚୁଡାମୁଆଁ ଦେବା ସହ ପରିବାର ସହିତ କରୋନା ସମ୍ପର୍କ ରେ ଆଲୋଚନା କରି ସେମାନେ ଏଥିରେ ଭୟଭୀତ ନ ହୋଇ ନିଜେ ପରିଷ୍କାର ପରିଛନ୍ନ ରହି ସାବୁନ ଓ ହେଣ୍ଡବାସରେ ହାତ ଭଲଭାବେ ଧୋଇବାକୁ ପରାମର୍ଶ ଦେଇଥିଲେ । ଘରୁ ନ ବାହାରିବାକୁ ପରାମର୍ଶ ଦେଇଥିଲେ , ତତସହିତ ଅନ୍ୟ ରାଜ୍ୟରୁ ଯଦି ନିଜ ପରିବାରକୁ କେହି ଆସନ୍ତି ସେମାନଙ୍କୁ ମେଡିକାଲ ନେଇ ପରିକ୍ଷ୍ୟା କରାଇ ନେବାକୁ କହିଥିଲେ ।ଯଦି କୌଣଷି କାମ ନାହିଁ ତାହାହେଲେ ବାହାରକୁ ନ ଯିବା ପାଇଁ କହିବା ସହିତ କାଶିବା ସମୟରେ ମୁହଁରେ ମାସ୍କ କିମ୍ବା ରୁମାଲ ଘୋଡ଼ାଇବା ପାଇଁ ପରାମର୍ଶ ଦେଇଥିଲେ ।ଏହି ମହାମାରୀ କରୋନା କୁ ନେଇ ଭୟଭୀତ ନ ହୋଇ ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନ ରହିବାକୁ କହିଥିଲେ ।

Advertisement