Friday, November 6, 2026
ADVERTISEMENT
Home ଆଞ୍ଚଳିକ ଭୁବନେଶ୍ୱରରୁ ଚାଲି ଚାଲି ଫେରିଲେ ଶ୍ରମିକ

ଭୁବନେଶ୍ୱରରୁ ଚାଲି ଚାଲି ଫେରିଲେ ଶ୍ରମିକ

301
ADVERTISEMENT

କୋଦଳା,୨୯ା୩(ସୂର୍ଯ୍ୟନାରାୟଣ ବଡୁ ): ବର୍ତମାନ ସାରା ବିଶ୍ୱରେ ମହାମାରୀ କରୋନା ଆତଙ୍କ ଖେଳେଇ ଯାଇଥିବା ବେଳେ ସରକାର ରାଜ୍ୟବାସୀଙ୍କୁ ଏହି ଭାଇରସ ଦାଉରୁ ସୁରକ୍ଷା ଦେବାକୁ ଯାଇ ଲକଡାଉନ ବା ତାଲାବନ୍ଦ ଭଳି ଗୁରୁତ୍ବପୂର୍ଣ ପଦକ୍ଷେପ ନେଇ ବାହାର ଦେଶ, ରାଜ୍ୟ, ଜିଲ୍ଲା, ଓ ଗୋଟିଏ ସହରରୁ ଅନ୍ୟ ସହରକୁ ଯିବା ଆସିବା ପାଇଁ ଲୋକଙ୍କୁ ବାରଣ କରାଯାଇଛି | ପୁଣି ଏହି ପରିସ୍ଥିତିରେ ଗାଡି ଘୋଡା ବନ୍ଦ ଥିବାବେଳେ ଲୋକେ ବିଭିନ୍ନ ଉପାୟରେ ଓ ଚାଲିକି ମଧ୍ୟ ନିଜ ଗ୍ରାମକୁ ଫେରୁଥିବା ଦେଖିବାକୁ ମିଳୁଛି | ଗ୍ରାମରେ ଫେରିବା ପରେ ସେମାନଙ୍କୁ ବିଭିନ୍ନ ପ୍ରକାର ପରୀକ୍ଷା ନିରିକ୍ଷ୍ଯା ପରେ ଘରକୁ ପଠାଯାଉଛି । ଏପରି ପ୍ରତିଦିନ ଲୋକେ ବାହାରୁ ଏହି ଅଞ୍ଚଳକୁ ଆସୁଥିବା ବେଳେ ଆଜି ତେରଜଣ ମହିଳା ଓ ପୁରୁଷ ଶ୍ରମିକ ନିଜର ଆସବାବକୁ ମୁଣ୍ଡରେ ଧରୀ ଚାଲିଚାଲି କୋଦଳା ଚାରିଛକ ଠାରେ ଆସି ପହଞ୍ଚି ଥିଲେ |ସେମାନଙ୍କୁ ପଚାରି ବୁଝିବାରୁ ଜଣା ପଡିଥିଲାଯେ ସେମାନେ ଭୁବନେଶ୍ୱର ପଟିଆ ଠାରେ ଦିନମଜୁରିଆ ଭାବେ କାମ କରୁଥିଲେ |ଲକଡାଉନ ପରେ ଖାଇବା ପିଇବା ପରି ବହୁ ସମସ୍ୟା ଦେଖାଦେବା ଯୋଗୁଁ ଗାଡିବସ ନପାଇ ଚାଲି ଚାଲି ନିଜ ଗାଁ ଧରାକୋଟ ନିକଟ କାନଗିରିଡି, ଦଶମାଇଲି, ରୁମାଗଡ଼, ପୋଲସରା ମଥୁରା, ଆସ୍କା କମାଗଡ଼, କବିସୂର୍ଯ୍ୟନଗର ଭଳି ଗ୍ରାମକୁ ପହଞ୍ଚିବା ପାଇଁ କହି ସହାୟତା ମାଗିଥିଲେ | ସେଠାରେ ଉପସ୍ଥିତ ଥିବା ପୋଲିସ ସେମାନଙ୍କୁ ଗାଁକୁ ଯିବାର ବ୍ୟବସ୍ଥା କରିବା ସହ ଗ୍ରାମରେ ପହଞ୍ଚି ନିଜ ନାମକୁ ପଞ୍ଜିକୃତ କରିବା ପାଇଁ ତାଗିତ କରିଥିବା ଜଣାପଡ଼ିଛି |

Advertisement