Friday, November 6, 2026
ADVERTISEMENT
Home ଆଞ୍ଚଳିକ ଆଇନ ଅମାନ୍ୟ କରି ମଦ ଦୋକାନ ଖୋଲିଥିବା ବ୍ୟବସାୟୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ

ଆଇନ ଅମାନ୍ୟ କରି ମଦ ଦୋକାନ ଖୋଲିଥିବା ବ୍ୟବସାୟୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ

693
ADVERTISEMENT

ବ୍ରହ୍ମପୁର,୨୯ା୩(ଗୁରୁ ପ୍ରସାଦ ପଟ୍ଟନାୟକ): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ନିୟମକୁ ଉଲ୍ଲଙ୍ଘନ କରି ଗଞ୍ଜାମ ଜିଲା ପାଟପୁର ପୋଲିସ ଦୁଇଟି ମାମଲା ରୁଜୁ କରି ୧୧ଜଣଙ୍କୁ ଗୁରୁବାର ସନ୍ଧ୍ୟାରେ ଗିରଫ କରିଛି। ସେମାନେ ହେଲେ ବାସୁଦେବପୁର ଗ୍ରାମର ସନ୍ତୋଷ ମିଶ୍ର, ରାମଚନ୍ଦ୍ରପୁର ଗ୍ରାମର ସନ୍ୟାସୀ ଦଳାଇ, ପାଟପୁର ଗ୍ରାମର ରବୀନ୍ଦ୍ର ନାଥ ସାହୁ, ଜୟରାମ ସାହୁ, ମନୋଜ ସ୍ବାଇଁ, ଗାଣ୍ଡୁ ସାହୁ, ହରି ମହାକୁଡ, ମନୁ ସ୍ବାଇଁ, ମିଟୁ, ଅରକ୍ଷିତ ମହାନ୍ତି ଓ ଟୁକୁନା ବେହେରା। ଆଇନ ଅନୁଯାୟୀ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

Advertisement