ADVERTISEMENT
Home ମୁଖ୍ୟ ଖବର ଉନ୍ନତ ଚିକିତ୍ସା ସେବା ଯୋଗାଣ ନାମରେ ବରିଷ୍ଠ ଡାକ୍ତରଙ୍କୁ ସରକାରୀ ଶୋଷଣ : ସରକାରୀ ନିୟମର...

ଉନ୍ନତ ଚିକିତ୍ସା ସେବା ଯୋଗାଣ ନାମରେ ବରିଷ୍ଠ ଡାକ୍ତରଙ୍କୁ ସରକାରୀ ଶୋଷଣ : ସରକାରୀ ନିୟମର ଖୋଲାଖୋଲି ଉଲଘଂନ ।

312
ADVERTISEMENT
ଭୁବନେଶ୍ୱର, ୪/୭ (ନରେନ୍ଦ୍ର ଜେନା) : ରାଜ୍ୟରେ ଡାକ୍ତରଙ୍କ ଅଭାବ ଲାଗି ରହିଥିବା ବେଳେ ସେମାନଙ୍କ ପଦୋନ୍ନତି ଏବଂ ବରିଷ୍ଠତା ଭିତିକ ବଦଳିରେ ବ୍ୟାପକ ଅନିୟମିତା ହୋଇଥିବା ସରକାରୀ ନିୟମକୁ ଅଣ ଦେଖା କରାଯାଇଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି, ଗତ ୨୦୧୭ ଡିସେମ୍ବର ମାସରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ହୋଇଥିବା ପଦୋନ୍ନତିରେ ଜେ.ଡି(J.D)ରୁ ଏ.ଡି(A.D) ନିଶ୍ଚିତ କରାଯାଇଥିଲେ ମଧ୍ୟ ଡାକ୍ତର ମାନଙ୍କୁ କୌଣସି ଜାଗା ଚୟନ ପାଇଁ ସୁଯୋଗ ଦିଆଯାଇ ନଥିଲା । ଅବସର ନେବା ପାଇଁ ଏକ ବର୍ଷ ରହିଥିବା କିଛି ଡାକ୍ତରଙ୍କୁ କେ.ବି.କେ. ଜିଲ୍ଲା ସମୂହ ଆଦିବାସୀ ଦୁର୍ଗମ ଅଞ୍ଚଳକୁ ପଠାଇ ନଥିଲେ ମଧ୍ୟ ଅନ୍ୟ ଡାକ୍ତର ମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ନାମରେ ସେହି ସବୁ ଦୁର୍ଗମ ଅଞ୍ଚଳକୁ ଡାକ୍ତର ମାନଙ୍କୁ ଯାଇ କାର୍ଯ୍ୟରେ ଯୋଗ ଦେବା ପାଇଁ ଏକ ପ୍ରକାର ବାଧ୍ୟ କରାଯାଇଛି, ଯେଉଁ ମାନେ ବିଭାଗୀୟ ନିର୍ଦ୍ଧେଶ ଅମାନ୍ୟ କରିବେ ସେମାନଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସ୍ୱଷ୍ଟ ନିର୍ଦ୍ଧେଶ ରହିଥିଲା ।
ଏହି ଭଳି ଡାକ୍ତରଙ୍କ ହାରା ହାରି ୫୮ ରୁ ୬୦ ଯାଏଁ ହୋଇଥିବା ବେଳେ ସେମାନଙ୍କର ବ୍ୟକ୍ତିଗତ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଅସୁବିଧା ପଡି ସ୍ବାସ୍ଥ୍ୟ ବିଭାଗ ଆଖି ବୁଜି ଦେବା ଯୋଗୁଁ । ଏହି ଶ୍ରେଣୀୟ ପ୍ରାୟ ତିନି-ଶହରୁ ଅଧିକ ଡାକ୍ତର ଅକଥନୀୟ ଦୁର୍ଦଶା ଭୋଗୁଥିବା ବେଳେ ସାଧାରଣଙ୍କୁ କିପରି ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ପାରିବେ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚାକିରିର ୨ ବର୍ଷ କିମ୍ବା ତା ଠାରୁ କମ ବୟସ ଥିଲେ ସେମାଙ୍କୁ ନିଜସ୍ୱ ଜିଲ୍ଲାରେ ସ୍ଥାନିତ କରାଯିବାକୁ ଏବଂ ଏହି ସମୟ ଭିତରେ ବଦଳି ନ କରିବାକୁ ସରକାରଙ୍କ ସ୍ୱଷ୍ଟ ନିର୍ଦ୍ଧେଶ ରହିଥିବା ସତ୍ୱେ ଏହାକୁ ଊଲଙ୍ଘନ କରାଯାଇଥିବା ଅଭିଯୋଗ ହେଉଛି । ଏହା ଛଡା ସ୍ଵେଛା କୃତ ଅବସର ଏବଂ ପଦୋନ୍ନତିରେ ମଧ୍ୟ ବ୍ୟାପକ ଅନିୟମିତ ଦେଖା ଦେଇଛି । ଏକ୍ସ କ୍ୟାଡର ବୟସ୍କ ଡାକ୍ତରଙ୍କୁ ଦୁର୍ଗମ ଅଞ୍ଚଳକୁ ପଠାଇବା ଦ୍ୱାରା କି ସ୍ବାସ୍ଥ୍ୟ ସେବା ମିଳିବ ବୋଲି ସମାଲୋଚନା ପ୍ରକାଶ ପାଇଛି ।
Advertisement