Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଇଟାଭାଟି ମହିଳା ଶ୍ରମିକଙ୍କ ମୃତ୍ୟୁ, ଥାନାରେ ମାମଲା

ଇଟାଭାଟି ମହିଳା ଶ୍ରମିକଙ୍କ ମୃତ୍ୟୁ, ଥାନାରେ ମାମଲା

277
ADVERTISEMENT

ହିଞ୍ଜିଳିକାଟୁ,୨୮ା୩ (ଶେଷଦେବ ସାହୁ): ହିଞ୍ଜିଳି ଥାନା କରାଖଣ୍ଡି ଗ୍ରାମରେ ଚାଲିଥିବା ଏକ ମାଟିପୋଡ଼ା ଇଟାଭାଟିରେ କାର୍ଯ୍ୟ କରୁଥିବା ଜଣେ ମହିଳା ଶ୍ରମିକଙ୍କ ଶୁକ୍ରବାର ଭୋରରେ ମୃତ୍ୟୁ ଘଟିଛି । ମୃତକ ଜଣକ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଚକମାଳ ଗ୍ରାମର ଭଗବାନ ଗୌଡ଼ଙ୍କ କନ୍ୟା ମଂଜୁ ଗୌଡ଼ (୨୨) । ଏ ନେଇ ହିଂଜିଳି ଥାନା ନଂ- ୫/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଶବକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ କରୁଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ପ୍ରକାଶ ଯେ, ମହିଳା ଜଣକ ଚକମାଳ ଗ୍ରାମରୁ ନିଜ ଭାଇ, ଭାଉଜଙ୍କ ସହ ଆସି ଦୀର୍ଘଦିନ ଧରି କରାଖଣ୍ଡି ଗ୍ରାମର ଏକ ଇଟାଭାଟିରେ କାମ କରି ଆସୁଥିଲେ ୠୁରୁବାର ବିଳମ୍ବିତ ରାତିରେ ମହିଳାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସମ୍ପର୍କୀୟ ମାନେ କଙ୍କୋରଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇଥିଲେ । ଅବସ୍ଥା ଗୁରୁତର ହେବାରୁ ଶୁକ୍ରବାର ଭୋରରୁ ଏକ ଟ୍ରାକ୍ଟର ଯୋଗେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ମହିଳାଙ୍କୁ, ଡ଼ାକ୍ତର ମୃତ ଘୋଷଣା କରିଥିଲେ ।

Advertisement