Saturday, November 7, 2026
ADVERTISEMENT
Home ଆଞ୍ଚଳିକ କରୋନା ଭାଙ୍ଗିଲା ପରିବା ଚାଷୀଙ୍କ ମେରୁଦଣ୍ଡ ଅମଳ ପରିବାକୁ କିଲୋ ୫ ଟଙ୍କାରେ ବିକିଲେ

କରୋନା ଭାଙ୍ଗିଲା ପରିବା ଚାଷୀଙ୍କ ମେରୁଦଣ୍ଡ ଅମଳ ପରିବାକୁ କିଲୋ ୫ ଟଙ୍କାରେ ବିକିଲେ

228
dig
ADVERTISEMENT

ହିଞ୍ଜିଳିକାଟୁ,୨୮ା୩ ( ଶେଷଦେବ ସାହୁ): ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭୁତାଣୁ ସଂକ୍ରମଣ ଭାଙ୍ଗିଦେଇଛି ପନିପରିବା ଚାଷୀଙ୍କ ମେରୁଦଣ୍ଡ । ଗୋଟିଏ ପଟେ ଶୀତଳଭଣ୍ଡାରର ସୁବିଧା ନଥିବା ବେଳେ ଅନ୍ୟପଟେ ବର୍ତମାନ ବଜାରର ମାନ୍ଧା ଅବସ୍ଥା କାରଣରୁ ବେପାର ବି ଏକ ପ୍ରକାଣ ବନ୍ଦ ହୋଇଯାଇଛି । ପରିବା ଦର ଖସିଥିଲେ ମଧ୍ୟ ସରକାରଙ୍କ ନିଦେ୍ର୍ଧଶକୁ ପାଳନ କରି ଲୋକେ ଘରୁ ବାହାରକୁ ବାହାରୁନାହାନ୍ତି । ଫଳରେ ଅନ୍ୟ ଉପାୟ ନପାଇ ଚାଷୀ ମାାନେ ସେମାନଙ୍କ୍ରମଳ କରିଥିବା ପରିବାକୁ କିଲୋ ପିଛା ହୋଲସେଲ ଦରରେ ୩ରୁ ୫ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ତାହା ବି ପୁଣି କାଁ ଭାଁ ଗ୍ରାହକ ଆସି ନେଉଛନ୍ତି । ଏଭଳି ଏକ ଦୃଶ୍ୟ ଗଂଜାମ ଜିଲ୍ଲା ହିଂଜିଳିକାଟୁ ଅଂଚଳରେ ଦେଖିବାକୁ ମିଳିଛି ।
ଗଂଜାମ ଜିଲ୍ଲାର ହିଞ୍ଜିଳିକାଟୁ ଅଂଚଳ ପନିପରିବା ଫସଲ ସକାଶେ ଖ୍ୟାତି ଅର୍ଜନ କରିଛି । ହିଞ୍ଜିଳିକାଟୁ ଅଂଚଳରୁ ବିଭିନ୍ନ ପ୍ରକାର ପନିପରିବା ଆମଦାନୀ ପରେ ଗଂଜାମ ଜିଲ୍ଲା ସମେତ ଫୁଲବାଣୀ, ଗଜପତି ଜିଲ୍ଲା ସମେତ ନିକଟସ୍ଥ ଅଂଚଳକୁ ରପ୍ତାନି କରାଯାଇଥାଏ । ହିଞ୍ଜିଳିକାଟୁ ବ୍ଳକ ବୁରୁପଡ଼ା, ଖଣ୍ଡରା, ଚାନ୍ଦୁଲ, ଖରିଡ଼ା, ସକିରି, ଆଲପୁର, ଶାସନ ଆମ୍ବଗାଁ, ରାଳବ, ନନ୍ଦିକ, ପୁଟିଆପଦର ପଂଚାୟତର ବହୁ ପରିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ଚିନ୍ତାରେ ବସିଥିବା ଦେଖିବାକୁ ମିଳିଛି । ସଂପୃକ୍ତ ଅଂଚଳର ଚାଷୀ ମାନେ ଋଣ କରଜ କରି ଲଗାଇଥିବା କୋବି ଚାଷରେ ଏକର ପିଛା ୪୦ ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି କୋବି ଅମଳ କରିଥିବା ବେଳେ ବର୍ତମାନ ଫୁଲ ଓ ବନ୍ଧା କୋବିର ଚାହିଦା ବହୁ ନିମ୍ନସ୍ତରକୁ ଖସି

Advertisement